ସୁନ୍ଦରଗଡ ଜିଲ୍ଲା ପାଇଁ ଏକ ଅପୂରଣୀୟ କ୍ଷତି , ବରିଷ୍ଠ ସାମ୍ବାଦିକ ରାଜେନ୍ଦ୍ର ମିଶ୍ରଙ୍କ ଅକାଳ ବିୟୋଗ :

ସୁନ୍ଦରଗଡ: ସକାଳୁ ସକାଳୁ ଖବର ପାଇଲା ପରେ ଆଶ୍ଚର୍ଯ୍ୟ ଆଚମ୍ବିତ ଲାଗିଥିଲା । ଇଟିଭି ଭାରତର ବରିଷ୍ଠ ସାମ୍ବାଦିକ ରାଜେନ୍ଦ୍ର ମିଶ୍ରଙ୍କ ଅକାଳ ବିୟୋଗ । ଖବରଟି ଶୁଣିବା ପରେ ମଧ୍ୟ ପୂର୍ଣ୍ଣ ବିଶ୍ବାସ ନ ହେବାରୁ ଅନ୍ୟ ସାମ୍ବାଦିକ ଭାଇ ମାନଙ୍କୁ ପଚାରିବାକୁ ପଡିଥିଲା । ସମଗ୍ର ସୁନ୍ଦରଗଡ ଜିଲ୍ଲାର ସାମ୍ବାଦିକତା କ୍ଷେତ୍ରରେ ଏହା ଏକ ଅପୂରଣୀୟ କ୍ଷତି । ସାରା ରାଉରକେଲା ସହରର ସାମ୍ବାଦିକ ମହଲ ଆଜି ସ୍ତବ୍ଧ , ମର୍ମାହତ , ନୀରବ ଦ୍ରଷ୍ଟା ସାଜିଛି । ତାଙ୍କର ସାମ୍ବାଦିକତା ଶୈଳି ଏକ ନିଆରା ଥିଲା । ଜଣେ ମେଳାପୀ ହୃଦୟର ମଣିଷ ଥିଲେ ବରିଷ୍ଠ ସାମ୍ବାଦିକ ରାଜେନ୍ଦ୍ର ଭାଇ । ତାଙ୍କର ଅକାଳ ବିୟୋଗର ଖବର ଶୁଣି ସାମ୍ବାଦିକ ମହଲରେ ଶୋକର ଛାୟା ଖେଳି ଯାଇଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here