ବେଆଇନ ଗୋ ଚାଲାଣ ବେଳେ ବଜରଙ୍ଗ ଦଳ ହାତରେ ଧରାପଡିଲେ.ଏହି ମାମଲାରେ ବଜରଙ୍ଗ ଦଳର ଦୁଇ ସଦସ୍ୟ ଅପହରଣ :

ଗତକାଲି ସନ୍ଧ୍ୟାରେ ଖଦକୁରବାହାଲରୁ ବାହାରି ପାଦଚଲା ରାସ୍ତାରେ ଘଉଡେଇ ଘଉଡେଇ ନେଉଥିବା ବେଳେ କୋଣସି ସୂତ୍ରରୁ ଖବର ପାଇ ବଜରଙ୍ଗ ଦଳର ସଦସ୍ୟଗଣ କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଦଲକି ବ୍ରିଜ଼ ନିକଟସ୍ଥ ଡ଼ିପାପଡlରେ ଅଟକାଇ ଗୋରୁମାନଙ୍କୁ ଉଦ୍ଧାର କରିଥିଲେ । ଏହି ଗୋରୁ ମାନଙ୍କୁ ସଲଙ୍ଗାବହାଲ ଦେଇ ଝାରଖଣ୍ଡ ଅଞ୍ଚଳକୁ ନିଆ ଯାଉଥିଲା ହତ୍ୟା କରିବା ପାଇଁ । ଉକ୍ତ ଗୋରୁ ମାନଙ୍କୁ ସଲଙ୍ଗାବହାଲରେ ରଖିବା ସହ ବଜରଙ୍ଗ ଦଳର ସଦସ୍ୟ ଏ ବାବଦରେ ରାଏବଗା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଗୋରୁ ମାଲିକ ଓ ତାଙ୍କ ଲୋକ ଖବର ପାଇ ବଜରଙ୍ଗ ଦଳର ସଦସ୍ୟ ସଚ୍ଚିନ ସାହୁଓ ଦିଲୀପ ସାହୁକୁ ଅପହରଣ କରି ନେଇଛନ୍ତି । ସେମାନେ କହୁଛନ୍ତି ଆମର ଗାଈ ମାନଙ୍କୁ ଛାଡି ଦେଲେ ଆମେ ଏହି ଦୁଇ ଯୁବକଙ୍କୁ ଛାଡି ଦେବୁ । ଏହି ଘଟଣାରେ ବଜରଙ୍ଗ ଦଳର ସଦସ୍ୟ ଓ ଜନସାଧାରଣ ଅପହରଣ ହୋଇଥିବା ଯୁବକଙ୍କୁ ଉଦ୍ଧାର ସକାସେ କୁତ୍ରା ଥାନା ଘେରାଉ କରିଥିବା ଜଣାପଡିଛି । ତେବେ ଉକ୍ତ ଘଟଣା ବିଷୟରେ ବିଚାର କରିବା ପାଇଁ ସୁନ୍ଦରଗଡ଼ ଏସପି କୁତ୍ରା ଥାନାରେ ଉପସ୍ଥିତ ରହି ସଂପୂର୍ଣ୍ଣ ଘଟଣାର ତଦନ୍ତ ଜାରି ରଖିଛନ୍ତି ।

ରାଜଗାଙ୍ଗପୁରରୁ ରଞ୍ଜିତ କୁମାର ରାଉତଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here