କୁକୁଡ଼ା ଫlର୍ମ ଅନ୍ୟତ୍ର ବସାଇବାକୁ ଗ୍ରାମବାସୀଙ୍କ ଦାବୀ ପୂରଣ ନ ହେବାରୁ ଉତ୍ତେଜନା :

ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କଚାରୁ ପଞ୍ଚାୟତର ସାନଦଲକି ଗ୍ରାମରେ କୁକୁଡ଼ା ଫାର୍ମକୁ ନେଇ ଉତ୍ତେଜନା l ଉକ୍ତ ଗ୍ରାମରେ ଏକ କୁକୁଡ଼ା ଫାର୍ମ ଥିବା ବେଳେ ଗ୍ରାମ ବାସୀଙ୍କର ବହୁ ଅସୁବିଧା ହେଉଥିବା ହେତୁ ଗ୍ରାମବାସୀ ପୂର୍ବରୁ ଥାନା , ପ୍ରଦୂଷଣ ବିଭାଗ ଆଦି ସମସ୍ତଙ୍କୁ ଲିଖିତ ଭାବେ ଜଣାଇଥିଲେ, ଏହି ଫାର୍ମକୁ ଅନ୍ୟତ୍ର ସ୍ତାନ୍ତlରିତ କରିବା ପାଇଁ l ଏହି ବାବଦରେ ପ୍ରଶାସନ ତରଫରୁ କୋୖଣସି ପ୍ରକାର ଵେବସ୍ତା କରାନଯିବା ଏବଂ ଉକ୍ତ ଫାର୍ମକୁ ନେଇ ଗ୍ରାମରେ ବହୁ ପ୍ରଦୂଷଣ ହେଉଥିବା ନେଇ ଗ୍ରାମବାସି ଫାର୍ମ ମାଲିକକୁ କହିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଖବର ପାଇ କୁଆଁରମୁଣ୍ଡା ଫାଣ୍ଡି ପୋଲିଶ ଘଟଣାସ୍ଥଳରେ ପହଞ୍ଚିବା ପରେ ଉତେଜନା ଆହୁରି ବଢ଼ି ଯାଇଥିଲା ବାରମ୍ବାର ଲୋକେ
ଅଭିଯୋଗ କରିବା ପରେ ମଧ୍ୟ ଫାର୍ମକୁ ସ୍ଥାନାନ୍ତରିତ କରl ନ ଯିବାରୁ ଆଜି ପୋଲିଶ ଓ ଗ୍ରାମବାସୀଙ୍କ ମଧ୍ୟରେ ପାଟିଗୋଳ ହୋଇ ଥିବlର ଜଣା ପଡିଛି ଏହି ଘଟଣାରେ ପୋଲିଶ ତଦନ୍ତ ଜାରି ରଖିଛି । ଏହାର ଉଚିତ ସମାଧାନ ନ ହେଲେ ଆଗକୁ ବଡ ଧରଣର ଗଣ୍ଡଗୋଳ ହେବାର ଆଶଙ୍କା କରl ଯାଉଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here