ଡାଲା ଅଟୋ ଓଲଟି ହେଲପର ଗୁରୁତର :

ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବଗା ଥାନା ସଂଲଗ୍ନ ପ୍ରତାପପୁର ପଞ୍ଚାୟେତ ଭାଲୁଲତା ରାସ୍ତାରେ ଭାରସାମ୍ୟ ହରାଇ ଚାରି ଚକିଆ ଡାଲା ଅଟୋ ଗାଡି ନମ୍ୱର ଓଡ଼ି ୧୪ ଟି ୫୪୨୧ ଗଛରେ ପିଟି ହେଇଥିଲା । ଏହି ଗାଡି ଟି ରାଉଲକେଲା ମାଲଗଦାମରୁ ଚାଉଳ, ଡାଲି ନେଇକରି ଆସିଥିଲା । ରାଏବଗାକୁ ଫେରିବା ସମୟରେ ଚାଳକ ଚିନଟୁ ଶ୍ରିବାସ୍ତଵ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତୀ ଯାଇଥିବା ବେଳେ ଦୀପକ ସାହୁ ନାମକ ହେଲପର ପିଲାର ବାମ ହାତ ଭାଙ୍ଗି ଯିବା ସହ ସେ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ରାଏବଗା ପୋଲିଶ ଉଚିତ ସମୟରେ ଘଟଣାସ୍ଥଳରେ ପହଞ୍ଚି ଚିକିତ୍ସା ପାଇଁ ଏମ୍ବୁଲେନ୍ସ ସାହାଯ୍ୟରେ ରେ ରାଉରକେଲା ସରକାରୀ ହସ୍ପିଟାଲ କୁ ପଠାଇଥିଲେ । ଚାରି ଚକିଆ ଡାଲା ଅଟୋକୁ ଜେସିବି ଦ୍ବାରା ଉଠାଇ ରାଏବଗା ଥାନା କୁ ଆଣିଥିଲେ । ଏ ନେଇ ରାଏବଗା ଥାନାରେ ଏକ ଦୁର୍ଘଟଣା ମାମଲା ରୁଜୁ ହୋଇଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here