ମାଂସ ଟଙ୍କା ନଦେବାରୁ ପିଟିପିଟି ମାରି ଦେଲେ :

ଜଣେ ବ୍ୟକ୍ତି ମାଂସ କିଣି ସଂପୂର୍ଣ୍ଣ ଟଙ୍କା ଦେଇ ନଥିଲେ। ଆଉ କିଛି ବାକି ରହି ଯାଇଥିଲା। ବାକି ଅର୍ଥ ପାଇଁ ମାଂସ ବେପାରୀ ଜଣଙ୍କ ତାଙ୍କ ଘରକୁ ଯାଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହା ପରେ ବେପାରୀ ଜଣଙ୍କ ତାଙ୍କୁ ନିସ୍ତୁକ ପିଟି ଥିଲେ। ଆଉ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଗଲା। ଏଭଳି ଏକ ଘଟଣା ଘଟିଛି ରାଉରକେଲା ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ତିଲକା ନଗରରେ।
ମୃତ ବ୍ୟକ୍ତିଙ୍କ ନାଁ ପଦ୍ମଲୋଚନ ପୂର୍ତ୍ତି। ସେ ରାଉରକେଲା ଇସ୍ପାତ କାରଖାନାର କର୍ମଚାରୀ ଥିଲେ। ସେହିଭଳି ଅଭିଯୁକ୍ତଙ୍କ ନାଁ ଦେବାଶିଷ ସାହୁ।
ଶୁକ୍ରବାର ଦିନ ଦେବାଶିଷ ବାକି ଟଙ୍କା ପାଇଁ ପଦ୍ମଲୋଚନଙ୍କ ଘରକୁ ଯାଇଥିଲେ। ସେଠାରେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ତା’ଭିତରେ ଦେବାଶିଷ ରାଗିଯାଇ ପଦ୍ମଲୋଚନଙ୍କୁ ଘର ଭିତରୁ ଟାଣି ନେଇଥିଲେ ଓ ଏକ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଥିଲେ। ଆହତ ପଦ୍ମଲୋଚନଙ୍କର ଘରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ମୃତ୍ୟୁ ହୋଇଥିଲା।
ତାଙ୍କ ପରିବାର ଲୋକେ ବନ୍ଧମୁଣ୍ଡା ଥାନାରେ ଏତଲା ଦେବା ପରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here