ବିଶ୍ୱହିନ୍ଦୁ ପରିଷଦ ବଜରଂଗ ଦଳ ପକ୍ଷରୁ ହୃର୍ତାତ୍ମା ଦିବସ ଉପଲକ୍ଷେ ରକ୍ତଦାନ ଶିବିର

ଆଜି କେନ୍ଦ୍ରାପଡା ବାଲାବାବା ମଠ ପରିସରରେ ଏକ ରକ୍ତଦାନ ଶିବିର ହୃର୍ତାତ୍ମା ଦିବସ ଉପଲକ୍ଷେ ଅନୁଷ୍ଠିତ ହୋଇଯାଇଛି  I ବିଶ୍ୱହିନ୍ଦୁ ପରିଷଦର ସଭାପତି ଶ୍ରୀଯୁକ୍ତ ବାନାମ୍ବର ସାହୁ, ନଗର ସମ୍ପାଦକ ପ୍ରଭାତ କୁମାର ମାହାନ୍ତି,ବଜରଂଗ ଦଳର ନଗର ସଂଯୋଜକ ସୁକୁମାର ଦାସଙ୍କ ନେତୃତ୍ୱରେ ଏହି ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାୟ ୬୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଏକ ୬ବର୍ଷର ଥାଲା ସିମିଆ ଶିଶୁ ଜୀବନ ଜ୍ୟୋତି ବେହେରା ଉଦ୍ଘାଟନ୍ କରିଥିବା ବେଳେ ରକ୍ତଦାତା ମାନେ  ସ୍ବ ଇଚ୍ଛାରେ ଆସି ରକ୍ତଦାନ କରିଥିବା ଦେଖିବାକୁ ମିଳିଥିଲା ।

ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱହିନ୍ଦୁ ପରିଷଦର କାର୍ଯ୍ୟକାରୀ ସଭାପତି ଗୋପୀନାଥ ତ୍ରିପାଠୀ, ବିଶ୍ୱହିନ୍ଦୁ ପରିଷଦର ସମ୍ପାଦକ ବିରେନ୍ଦ୍ର ସାମଲ, ସହ ସମ୍ପାଦକ ଅଜୀତ୍ କୁମାର ଦାସ, ବଜରଂଗ ଦଳର ଜିଲ୍ଲା ସଂଯୋଜକ ସତ୍ୟପ୍ରିୟ ଜେନା,ସହ ସଂଯୋଜକ ନୀରଞନ ସୁଆର,ସହ ସଂଯୋଜକ ସୌମ୍ୟରଞନ କର, ନଗର ସହ ସଂଯୋଜକ ଦେବେନ୍ଦ୍ର ଜେନା, ଜିଲ୍ଲା ମହାବିଦ୍ୟାଳୟ ପ୍ରମୂଖ ଲୋକନାଥ ଦାସ,ସୁରକ୍ଷା ପ୍ରମୂଖ କାଳିପ୍ରସାଦ ମଣ୍ଡଳ, ନୀଳକଣ୍ଠ ସ୍ୱାଇଁ, ରାକେଶ ମିଶ୍ର, ମନୋଜ କୁମାର ଦାସ, ଶିଦ୍ଧାର୍ଥ ସିଂ, ସଞୟ ଦାସ, ପୃର୍ଥୀରାଜ ମଣ୍ଡଳ,ସନ୍ଦିପନୀଙ୍କ ସମେତ ବହୁ କର୍ମକର୍ତ୍ତା ଓ ସଦସ୍ୟମାନେ ଏହି ରକ୍ତଦାନ ଶିବିରରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରହି ସମସ୍ତ ସାହାଯ୍ୟ ସହଯୋଗ କରିଥିଲେ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସ ଓ ଦିଲ୍ଲୀପ୍ କୁମାର ଦାସଙ୍କ ରିପୋର୍ଟ I

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here