ଆସନ୍ତକାଲି ମଧ୍ୟ ଜାରି ରହିବ ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ ଓ ଦସ୍ତଖତ ଅଭିଯାନ

ପୁରୀ-  ମୋ ଧାମ ମୋ ଗର୍ବ ଅଭିଯାନ ଅଧିନରେ ଜାରି ସଫେଇ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି । ଏଥିସହ ଗଳିମାନଙ୍କରୁ ରାତ୍ରି ସଫେଇ କାର୍ଯ୍ୟକ୍ରମ ଜାରି ରହିଛି ।  ସହରର ପ୍ରତ୍ୟେକ ଗଳିକନ୍ଦିରୁ ଆବର୍ଜନା ସଫା କରାଯିବା ସହ ସଚେତନତା ସୃଷ୍ଟି କରାଯାଉଛି । ସ୍ବତନ୍ତ୍ର ଗାଡି ମାଧ୍ୟମରେ ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ, ସ୍ବଚ୍ଛତା ବଜାୟ ରଖିବା ନିମନ୍ତେ ଶପଥ ସଂପର୍କିତ ଦସ୍ତଖତ ଅଭିଯାନରେ ସମସ୍ତ ବର୍ଗ ସାମିଲ ହୋଇଥିବାରୁ ଏହା ଆସନ୍ତା କାଲି ମଧ୍ୟ ଜାରି ରହିବ । ଏଥିନିମନ୍ତେ ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂ ଆଜି ସନ୍ଧ୍ୟାରେ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଉକ୍ତ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଏନଫୋର୍ସମେଣ୍ଟ କାର୍ଯ୍ୟକୁ ଆହୁରି କଡାକଡି କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ରାସ୍ତାକଡରେ ନିର୍ମାଣ ସାମଗ୍ରୀ ଓ ପ୍ଲାଷ୍ଟିକ ଆବର୍ଜନା ରଖିବା,  ରାସ୍ତା ଅବରୋଧ କରି ନିର୍ମାଣ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।  ଆଜି ବିଭିନ୍ନ ୱାର୍ଡରୁ ଟ୍ରାକ୍ଟର ମାଧ୍ୟମରେ ୫୯ ଟ୍ରିପ ଆବର୍ଜନା ସଂଗ୍ରହ କରାଯାଇଛି । ରାସ୍ତାକଡରେ ନିର୍ମାଣ ସାମଗ୍ରୀ, ଆବର୍ଜନା ରଖି ଅବରୋଧ କରିବା ସହ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନୀୟମ ଲଂଘନ କରିଥିବାରୁ ୩୯ ଜଣଙ୍କୁ ନୋଟିସ ଜାରି କରାଯାଇଛି ଓ ଅନ୍ୟମାନଙ୍କ ଠାରୁ ୬ ହଜାର ୭ ଶହ ୫୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଆଜି ଦିନକରେ ବିଭିନ୍ନ ୱାର୍ଡରେ ପ୍ରାୟ ୪.୮ କି.ମି. ପରିସରରୁ ଅନାବନା ଗଛ କଟାଯାଇ ସଫାକରାଯାଇଛି । ଏତଦ୍ ବ୍ୟତୀତ ସହର ସ୍ବଚ୍ଛତା ଉପରେ ଜନ ସଚେତନତା ସୃଷ୍ଟିଲାଗି ସହରର ବିଭିନ୍ନ ସ୍ଥାନରେ ପେଣ୍ଟି କରାଯାଉଛି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ଦାଶ, ଉପ ଜିଲ୍ଲପାଳ ଶ୍ରୀ ଭବତାରଣ ସାହୁ, ଶ୍ରୀମନ୍ଦିର ନୀତି ପ୍ରଶାସକ ଶ୍ରୀ ଅଜୟ କୁମାର ଜେନା, ସ୍ବତନ୍ତ୍ର ଅଧିକାରୀ ଶ୍ରୀ ପ୍ରଶାନ୍ତ ପଟ୍ଟନାୟକ, ଶ୍ରୀ ସନ୍ତୋଷ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here