କେନ୍ଦ୍ରାପଡା ବ୍ଲକରେ ଚେୟାରମ୍ୟାନ ପଦବୀ ପାଇଁ ବାଇ ଇଲେକ୍ସନ

କେନ୍ଦ୍ରାପଡା ବ୍ଲକରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ୱର୍ଗତ ଅନାମ ବନ୍ଧୁ ଧଳଙ୍କ ଅକାଳ ବିୟୋଗ ପରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତଘଟାଇ ଆରମ୍ଭ ହୋଇଛି ବାଇ ଇଲେକ୍ସନ । ଚାଲିଥିଲା ଦଳର ୨ପ୍ରମୂଖ ସଦସ୍ୟଙ୍କ ମଧ୍ୟରେ ଲଢେଇ ବା ନିର୍ବାଚନୀ ପ୍ରତିଯୋଗିତା । କିଏ ଜିତିବ ଆଉ କିଏ ହାରିବକୁ ନେଇ ଚର୍ଚ୍ଚା ମଧ୍ୟ ଯୋର ଧରିଥିଲା । ହେଲେ ବିଜେଡି ଦଳିୟ ପ୍ରାର୍ଥୀ ଶିବପ୍ରସାଦ ଭଳ ମାରିନେଲେ ଏଥରର ବାଜି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ପ୍ରାର୍ଥୀ ହେମନ୍ତ ବିଶ୍ୱାଳଙ୍କୁ ପଛରେ ପକାଇ ୧୧ଖଣ୍ଡ ଭୋଟ ପାଇ ପ୍ରତିଦ୍ୱନ୍ଦୀଙ୍କୁ ମାତ୍ର ୨ଖଣ୍ଡ ଭୋଟରେ ପରାସ୍ତ କରିଥିବା ବେଳେ ମାତ୍ର ଖଣ୍ଡେ ଭୋଟ୍ ନାକଚ୍ ହୋଇଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି । ଭୋଟ୍ ଗ୍ରହଣର ସମୟ ଗଡି ଯିବାରୁ ଅନ୍ୟ ୩ଜଣ ପ୍ରାର୍ଥୀଙ୍କୁ ଏକ ପ୍ରେସ୍ ଗାଡିରେ ଆସି ଧସେଇ ପସିବାକୁ ଚେଷ୍ଟା କରୁଥିବାରୁ ବ୍ଲକ୍ ଗେଟ୍ ସମ୍ମୁଖରୁ ସେମାନଙ୍କୁ ପୋଲିସ ଫେରାଇ ଦେଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି । ସେପଟେ ଦଳ ବିରୋଧରେ ଯାଇ ଏବଂ ଦଳୟ ହାଇ କମାଣ୍ଡଙ୍କ ଠାରୁ ଅନୁମତି ନନେଇ ନିର୍ବାଚନରେ ନୋମିନେସନ୍ ଦାଖଲ କରିଥିବାରୁ କେନ୍ଦ୍ରାପଡା ବିଜେଡି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଉତ୍କଳ କେଶରୀ ପରିଡା ହେମନ୍ତ ବିଶ୍ୱାଳଙ୍କୁ ଦଳରୁ ବହିଷ୍କାର କରିଥିବା କଥାକୁ ନେଇ କିଛି ସମୟ ପାଇଁ ବ୍ଲକ୍ ପରିସରର ବାହାରେ ସାମାନ୍ୟ ଦଳୀୟ ଚାପା ଉତ୍ତେଜନା ଦେଖିବାକୁ ମିଳିଥିବା ବେଳେ ଆପାତତଃ ପୋଲିସ ପ୍ରଶାସନର ସମସ୍ତ ସାହାଯ୍ୟ ସହଯୋଗ କ୍ରମେ ପ୍ରାୟତଃ ଶାନ୍ତି ଶୃଙ୍ଖଳାର ସହିତ ଉପନିର୍ବାଚନ ଶେଷ ହୋଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ I

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here