ଝୁଲନ୍ତା ଅବସ୍ଥାରେ ଶୋଇବା ଘରୁ ଯୁବକ ଙ୍କ ମୃତ ଦେହ ଉଦ୍ଧାର

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ନୂଆ ଗାଁ ବ୍ଲକ ବିଶ୍ରା ଥାନା ଅନ୍ତର୍ଗତ ବଡଯୋଜଦା ଗ୍ରାମ ପଞ୍ଚାୟତ ସ୍ଥିତ ବିରଙ୍ଗାଟୋଲି ଗ୍ରାମରେ l ଗତକାଲି ବିଳମ୍ବିତ ରାତିରେ ସୁମିତ୍ ପ୍ରଧାନ ( ୧୮) ନାମକ ଜୈନେକ ଆଇ ଟି ଆଇ ଛାତ୍ର କୌଣସି କାରଣ ବଶତଃ ନିଜ ବେକରେ ଗାମୁଛା ବାନ୍ଧି ଶୋଇବା ଘରେ ଆଜବେଷ୍ଟସ୍ ଲୁହା ରେ ଝୁଲି ଯାଇଥିଲେ l ପରିବାର ଲୋକ ଏହା ଦେଖି ବିଶ୍ରା ଥାନା ପୋଲିସକୁ ସୂଚନା ଦେବା ପରେ ଖବର୍ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ଅବସ୍ଥାରେ ଯୁବକର ଶବକୁ ଉଦ୍ଧାର କରିବା ପରେ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ l ତେବେ ଘଟଣା ସ୍ଥଳରେ ପୋଲିସ ଅଧିକ ତଦନ୍ତ କରିବା ସହ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି l ପରିବାର ସହିତ ଯୋଗାଯୋଗ କରିବାରୁ ମୃତ ଯୁବକ ସୁମିତର ବାପା କହନ୍ତି ଯେ ଘରେ କୌଣସି ବିଶୃଙ୍ଖଳା ସୃଷ୍ଟି ହୋଇ ନ ଥିବା ବେଳେ କେଉଁ ପରିସ୍ଥିତିରେ ଏଭଳି କାଣ୍ଡ ଘଟାଇଲା ସେମାନେ ଜାଣି ନ ଥିଲେ ବି ପୁରା ପରିବାର ଦୁଖଃ ଶୋକ ରେ ଭାଙ୍ଗି ପଡିଛନ୍ତି l ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ବିଶ୍ରା ଥାନା ଅଧିକାରୀ ମତବ୍ୟକ୍ତ କରିଛନ୍ତି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here