ପାଞ୍ଚ ଦିନ ବିତି ଗଲା ପରେ ବି ପରିବାର ଲୋକଙ୍କୁ ହସ୍ତାନ୍ତର ହେଇନି ଶବ

ଇଷ୍ପାତ କାରଖାନାର ଠିକାଦାର ପାଖରେ କାର୍ଯ୍ୟରତ ଶ୍ରମିକଙ୍କ ଆଇଜିଏଚରେ ମୃତ୍ୟୁ 

ରାଉରକେଲା ଇଷ୍ପାତ କାରଖାନା ଭିତରେ କାର୍ଯ୍ୟରତ ବେହୁରିଆ ଏଣ୍ଟରପ୍ରାଇଜେସର ଠିକାଦାର ପାଖରେ କାର୍ଯ୍ୟରତ ଥିଲେ ସେକ୍ଟର-୨ ସ୍ଥିତ ଯଗଦାତ୍ରୀ ବସ୍ତିର ବାସିନ୍ଦା ଭୀକାରୀ ଚରଣ ଲେଙ୍କା । କାର୍ଯ୍ୟରତ ଥିବା ସମୟରେ ତାଙ୍କର ଦେହ ଅସୁସ୍ଥ ଥିବାରୁ ତାଙ୍କୁ ଗତ ଦୁଇ ତାରିଖ ଦିନ ଇଷ୍ପାତ ଜେନେରାଲ ହସପିଟାଲରେ ଭର୍ତ୍ତି କରାରାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ୫ ଦିନ ବିତି ଯାଇଥିଲେ ମଧ୍ୟ ମୃତ ଲେଙ୍କାଙ୍କ ପରିବାରକୁ ଶବ ହସ୍ତାନ୍ତର କରାଯାଉନାହିଁ ଯାହାର କାରଣ ସଂପୂର୍ଣ୍ଣ ରହସ୍ୟ ମୟ I ଏ ବାବଦରେ ଆମ ପ୍ରତିନିଧି ମୃତ ଭିକାରୀ ଲେଙ୍କା ଙ୍କର ବଡ ପୁଅ ପ୍ରମୋଦ ଲେଙ୍କାଙ୍କୁ ପଚାରି ବାରୁ ସେ  କହିଲେ ଯେ ଆଜ୍ଞା ମୁଁ ଝାରସୁଗୁଡାରେ ଥିଲି ହଠାତ ବେହୁରିଆ ଏଣ୍ଟରପ୍ରାଇଜେସ ରୁ ମୋ ପାଖକୁ ଫୋନ ଆସିଲା ଯେ ତୁମର ବାପାଙ୍କ ଦେହ ବହୁତ ଖରାପ ଆଇଜିଏଚରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ତୁମେ ଶୀଘ୍ର ଆସ । ମୁଁ ଆଜ୍ଞା ଦିନ ୧୨ ଟା ବେଳେ ଫୋନ ପାଇ ଅପରାହ୍ନ ୨ ଟା ବେଳେ ଆସି ପହଞ୍ଚିଲା ବେଳେ ବେହୁରିଆ ଏଣ୍ଟର ପ୍ରାଇଜେସର ଲୋକ କହିଲେ ତୁମ ବାପାଙ୍କର ମୃତ୍ୟୁ ହୋଇଯାଇଛି ଏବଂ ଶବକୁ ମର୍ଗ ହାଉସରେ ରଖାଯାଇଛି । ଏହା ପରେ ସେମାନେ ଆଇଜିଏଚରୁ ଖସି ପଳାଇଲେ । ଆଜିକୁ ୫ ଦିନ ବିତି ଯାଇଥିଲେବି ମୋ ବାପାଙ୍କୁ ମତେ କିମ୍ବା ଆମ ପରିବାରକୁ ଶବ ହସ୍ତାନ୍ତର କରୁ ନାହାଁନ୍ତି କି ଦେଖିବାକୁ ଦେଉ ନାହାଁନ୍ତି । ଆମେ ଗରିବ ଲୋକ ବୋଲି ଆମ ପରିବାର ପ୍ରତି ଏଭଳି ବୈମାତୃକ ମନୋଭାବ କାହିଁକି ? ମୋ ବାପାଙ୍କ ମୃତ୍ୟୁ ଖବର ଶୁଣି ୫ ଦିନ ହେବ ଆମ ପରିବାର ଭୋକ ଉପାସରେ ବସିଛୁ । ତେବେ ବାପାଙ୍କର ମୃତ୍ୟୁ ପରେ ପଚାରିବାକୁ ବି ଦିନେ ହେଲେ ଉକ୍ତ ଠିକାଦାର ଆମ ଘରକୁ ଆସି ନାହାଁନ୍ତି । ମୋ ବାପାଙ୍କ ମୃତ୍ୟୁ ଏକ ରହସ୍ୟ ହୋଇ ରହି ଯାଇଛି ।

ପରିବାର ଓ ସମ୍ବନ୍ଧୀୟ ଲୋକ କହିଛନ୍ତି ଯଥା ଶୀଘ୍ର ଏହାର ସମାଧାନ ନ ହେଲେ ଆମେ ଠିକାଦାର ଓ ମ୍ୟାନେଜମେଣ୍ଟ ନାରେ କେସ୍ ଦାୟର କରିବୁ ।

ପଡୋଶୀ କୁହନ୍ତି ପାଖ ଘରେ ଅଣଶୁଧିଆ ହୋଇଥିବାରୁ ଆମ ମାନଙ୍କ ଘରେ ୫ଦିନ ହେବ ଚୁଲି ଜଳୁନି । ଗରିବ ପରିବାରକୁ ଏଭଳି ଅସୁବିଧାରେ ପକାଉଥିବା ଲୋକଙ୍କୁ ଧର୍ମ ସହିବନି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here