ଶାନ୍ତିପୂର୍ଣ୍ଣ ଭାବେ ତିର୍ତ୍ତୋଲ ଉପନିର୍ବାଚନ ଶେଷ

ରାଜ୍ୟନିର୍ବାଚନ ଅଧିକାରୀଙ୍କ ନିର୍ବାଚନ ନିୟମ ଅନୁଯାୟୀ ତିର୍ତ୍ତୋଲ ସଂରକ୍ଷିତ ୧୦୨ ଆସନର ରଘୁନାଥପୁର, ବିରିଡି ଓ ତିର୍ତ୍ତୋଲ ବ୍ଲକ ର ୩୭୩ ଟି ବୁଥରେ ନିର୍ଦ୍ଧାରିତ ସମୟରେ ସକାଳ ୭ ଟାରେ ଆରମ୍ଭ ହୋଇ ସନ୍ଧ୍ୟା ୬ ଟାରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଶେଷ ହୋଇଛି । ମତଦାତା ମାନେ ଧାଡିକରି ସାନିଟାଇଜର ଲଗାଇ ଗ୍ଲୋବସ ପିନ୍ଧି ମତଦାନ ସାବ୍ୟସ୍ତ କରିଛନ୍ତି । ଆଇନ ଶୃଙ୍ଖଳାକୁ ଦୃଷ୍ଟରେ ରଖି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ସନ୍ଧ୍ୟା ପର୍ଯ୍ୟନ୍ତ କରାଯାଇଥିଲା । କୌଣସି ଅପ୍ରିତିକର ଘଟଣା ଦେଖିବାକୁ ମିଳିନଥିଲା ।

ଶେଷ ସୁଧା ୬୯,୬୦ ଶତକଡା ମତଦାନ ହୋଇଥିବାବେଳେ ବିରିଡ଼ି ବ୍ଲକ ପୁରୁଷ ମତଦାତା ୨୫ ହଜାର ୬୭ ହୋଇଥିବାବେଳେ ମହିଳା ୨୨ ହଜାର ୭ ଶହ ୮୩ ଜଣ ଓ ଅନ୍ୟାନ୍ୟ ୧ଜଣ, ସମୁଦାୟ ୪୭ ହଜାର ୮ ଶହ ୫୧ ଜଣ ଭୋଟ୍ ଦେଇଥିଲେ । ରଘୁନାଥପୁର ବ୍ଲକର ପୁରୁଷ ମତଦାତା ୨୪ ହଜାର ୭ ଶହ ୨୫ ଜଣ , ମହିଳା ୨୩ ହଜାର ୬୫ ଜଣ ,ସମୁଦାୟ ୪୭ ହଜାର ୭ ଶହ ୯୦ ଜଣ ଭୋଟ୍ ଦେଇଥିଲେ। ତିର୍ତ୍ତୋଲ ବ୍ଲକର ୩୪ ହଜାର ୮ ଶହ ୯୯ ପୁରୁଷ ଓ ମହିଳା ୩୪ ହଜାର ୬ ଶହ ୧୭ ଜଣ ହୋଇଥିବେଳେ ଅନ୍ୟାନ୍ୟ ୧ ଜଣ ସମୁଦାୟ ୬୯ ହଜାର ୫ ଶହ ୧୭ ଜଣ  ମତଦାତା ଭୋଟ୍ ଦେଇଥିଲେ। ତିର୍ତ୍ତୋଲ ଉପନିର୍ବାଚନ ରେ ସମୁଦାୟ ମତଦାତା ୧ ଲକ୍ଷ ୬୫ ହଜାର ୧ ଶହ ୫୮ ହୋଇଥିବାବେଳେ ୯୬, ୬୦ ଶତକଡା  ମତଦାନ ହୋଇଛି ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ସରୋଜ କୁମର ମିଶ୍ର ସୂଚନା ଦେଇଛନ୍ତି ।

ଜଗତସିଂହପୁର ଜିଲ୍ଲାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here