ଅନଲାଇନ ମାଧ୍ୟମରେ ଆଇପିଏଲ ସଟ୍ଟାବାଜିକୁ ନେଇ ୨ ଗିରଫ

ଆଇପିଏଲ ବେଟିଂ ଖେଳ ଚାଲିଥିଲା ଅନଲାଇନ ମାଧ୍ୟମରେ । ଦୁଇଟି ମୋବାଇଲରେ ଦୁଇଟି ଆପ ମାଧ୍ୟମରେ ଖେଳ ଚାଲିଥିବା ବେଳେ ବିଭିନ୍ନ ଆପରେ ଲୋକେ ଅନଲାଇନ ମାଧ୍ୟମରେ ଟଙ୍କା ଜମା କରୁଥିଲେ । ଏ ଭଳି ଏକ ଘଟଣାର ଅଭିଯୋଗ ହେବାପରେ ସୁନ୍ଦରଗଡ ଏସପି ସାଗରିକା ନାଥଙ୍କ  ନିର୍ଦ୍ଦେଶରେ ରାଜଗାଙ୍ଗପୁର ଏସଡିପିଓ ଡାଃ ଏସ ଏସ ବେଉରାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ରାଜଗାଙ୍ଗପୁର ଥାନା ଅଧିକାରୀ ଗୋକୁଳା ନନ୍ଦ ସାହୁଙ୍କୁ ନେଇ ଏକ ଦଳ ଗଠନ କରାଯାଇ ଅନୀଲ ତିଓ୍ବାରୀଙ୍କ ନିର୍ଦ୍ଦେଶରେ ଜୋନ ଓରଫ ଆନନ୍ଦ କାଷ୍ୟପ ଓ ଲୁନ୍ଦ୍ରେ ଓରଫ ନୀରଜ ସାହୁ ଆଇପିଏଲ ବେଟିଂ ସଟ୍ଟା ଅନଲାଇନ ମାଧ୍ୟମରେ ଖେଳାଉଥିବା ବେଳେ ରାଜଗାଙ୍ଗପୁର ପୋଲିଶ ଦଳ ଉଭୟଙ୍କୁ ଗିରଫ କରିବା ସହ ମୋବାଇଲ ଜବତ କରିଥିଲେ । ଅନଲାଇନ ମାଧ୍ୟମରେ ନୀରଜ ସାହୁଙ୍କ ବ୍ୟାଙ୍କ ଖାତାରେ ଲକ୍ଷ ଲକ୍ଷ ଟଙ୍କା ଜମା ହେଉଥିବାର ସୂଚନା ମିଳିଥିଲା ବରିଷ୍ଠ ପୋଲିଶ ଅଧିକାରୀଙ୍କୁ । ଅନଲାଇନ ସଟ୍ଟା ଖେଳରେ ଗିରଫ ଅଭିଯୁକ୍ତ ଆନନ୍ଦ କାଶ୍ୟପ ଓ ନୀରଜ ସାହୁକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଏ ନେଇ ରାଜଗାଙ୍ଗପୁର ଥାନାରେ ଏକ ମାମଲା ରୁଜୁ ହୋଇଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ 

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here