ଜିଲ୍ଲା ସ୍ତରୀୟ ଖରିଫ୍ ଧାନ ସଂଗ୍ରହ କମିଟି ବୈଠକ

ଡାବୁଗାଁ : ନବରଙ୍ଗପୁର ଜିଲ୍ଲାସ୍ତରୀୟ ଖରିଫ୍ ଧାନ ସଂଗ୍ରହ କମିଟି ବୈଠକ ମିଶନ ଶକ୍ତି ସଭା ଗୃହରେ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଡାବୁଗାଁ ବିଧାୟକ ଶ୍ରୀ ମନୋହର ରନ୍ଧାରୀ, ଝରିଗାଁ ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ମାଝୀ, ଉମରକୋଟ ବିଧାୟକ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ସାଂସଦ ଙ୍କ ପ୍ରତିନିଧି ଶ୍ରୀ ପ୍ରମୋଦ କୁମାର ପାଢ଼ୀ, ନବରଙ୍ଗପୁର ବିଧାୟକ ଙ୍କ ପ୍ରତିନିଧି ଶ୍ରୀ ପ୍ରହଲ୍ଲାଦ ତ୍ରିପାଠୀ, କୃଷକ ଙ୍କ ପ୍ରତିନିଧି ଶ୍ରୀ ଝଡେଶ୍ୱର ଖାଡଙ୍ଗା, ଶ୍ରୀ ମଣ୍ଟୁ ପଟ୍ଟନାୟକ, ଉପଜିଲ୍ଲାପାଳ ଶ୍ରୀ ଭାସ୍କର ରଇତ, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ସଞ୍ଜୀବ କୁମାର ସାହୁ, ସହକାରୀ କୃଷି ଅଧିକାରୀ ଶ୍ରୀ ଆନନ୍ଦ ରାଓ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ସୁରେଖା ସୁନ୍ଦରୀ ମଲ୍ଲିକ, ଏଆରସିଏସ ଓ ନିୟନ୍ତ୍ରିତ ବଜାର କମିଟି  ସଂପାଦକ, ଜିଲ୍ଲା ଯୋଗାଣ ବିଭାଗ କର୍ମଚାରୀ ପ୍ରମୁଖ ଯୋଗଦେଇଥିଲେ । ଚଳିତ ଖରିଫ୍ ଋତୁରେ ନିର୍ଦ୍ଧାରିତ ଧାନ ମଣ୍ଡିରେ ଚାଷୀ ତାଙ୍କର ଧାନ ବିକ୍ରୟକରି ସରକାରଙ୍କ ଧାର୍ଯ୍ୟ ମୁତାବକ ଉଚିତ୍ ମୂଲ୍ୟ ଯେପରି ପାଇପାରିବେ ସେ ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଚଳିତ ଖରିଫ୍ ଋତୁରେ ଜିଲ୍ଲାରେ ୨୮,୧୭୨ ଜଣ ଚାଷୀ ତାଙ୍କର ଧାନ ବିକ୍ରୟ ପାଇଁ ନାମ ପଞ୍ଜିକରଣ କରିଥିବା ଯୋଗାଣ ଅଧିକାରୀ ପ୍ରକାଶ କରିଥିଲେ ।  କେତେ ଚାଷୀ ନାମ ପଞ୍ଜିକରଣ ରୁ ବଞ୍ଚିତ ହୋଇଥିବା ନେଇ ବୈଠକରେ ମାନ୍ୟବର ବିଧାୟକ ଏବଂ ସାଂସଦ ଓ ବିଧାୟକ ଙ୍କ ପ୍ରତିନିଧି ଉଦବେଗ ପ୍ରକାଶ କରିଥିଲେ।  ୨୬୩୮ ଜଣ ଚାଷୀ ଙ୍କ ପଞ୍ଜିକରଣ ହୋଇପାରିନଥିବା  ଏଆରସିଏସ ପ୍ରକାଶ କରିଥିଲେ । ବୈଠକ ରେ ନିଷ୍ପତ୍ତି ଅନୁଯାୟୀ ପଞ୍ଜିକୃତ ହୋଇନଥିବା ଚାଷୀଙ୍କର ପଞ୍ଜିକରଣ ପାଇଁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ଏଆରସିଏସ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାର ୫୫ ଗୋଟି ମଣ୍ଡି ରେ ଆସନ୍ତା ଡ଼ିସେମ୍ବର ୦୧ ତାରିଖ ରୁ ଖରିଫ୍ ଧାନ ସଂଗ୍ରହ କରାଯିବା ପାଇଁ ସ୍ଥିରୀକୃତ କରାଯାଇଛି ।  ଇ-ପାସ ମାଧ୍ୟମରେ ଚାଷୀ ତାଙ୍କର ଧାନ ମଣ୍ଡିରେ ବିକ୍ରୟ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ମଣ୍ଡିରେ କୌଣସି ଦଲାଲ୍ ଯେପରି ପ୍ରବେଶ ନ କରନ୍ତି ସେଥିପାଇଁ କଡ଼ା ନଜର ରଖିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀ ଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଚଳିତ ଖରିଫ୍ ଋତୁରେ ସାଧାରଣ ଧାନ କ୍ଵିଣ୍ଟାଲ ପିଛା ୧୮୬୮ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ଗ୍ରେଡ୍ ଏ ଧାନ କ୍ଵିଣ୍ଟାଲ ପିଛା ୧୮୮୮ ଟଙ୍କା ଧାର୍ଯ୍ୟ କରାଯାଇଛି। ମଣ୍ଡିରୁ ଠିକ୍ ସମୟରେ ଧାନ ଉଠାଇବା ସହିତ ଉନ୍ନତ ମାନର ଚାଉଳ ଯୋଗାଇବା ପାଇଁ ସଂପୃକ୍ତ ମିଲରସ୍ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here