ନିଟ୍ ପରୀକ୍ଷା ରେ ସଫଳତା ଲାଭ କରିଥିବା ଛାତ୍ର ରାଜ୍ୟ ବିଜେଡି ର ସଂଖ୍ୟା ଲଘୁ ସେଲର୍ ସମ୍ପାଦକ ଙ୍କ ଦ୍ଵାରା ସମ୍ମାନିତ

କୁତ୍ରା ବ୍ଲକ ଅନ୍ତର୍ଗତ ଖତକୁରବାହାଲ ଗ୍ରାମରୁ ପ୍ରଥମ ଛାତ୍ର ଭାବରେ ଡାକ୍ତରୀ ପାଠପଢ଼ା ପାଇଁ ନିଟ ପରୀକ୍ଷାରେ ସଫଳତା ହାସଲ କରିଥିବା ଏମଡି ନିସାତ ରାଜାଙ୍କୁ ରାଜ୍ୟ ବିଜେଡିର ସଂଖ୍ୟା ଲଘୁ ସେଲର ସଂପାଦକ ସୋଏବ ଆଲାମ ସମ୍ମାନିତ କରିଛନ୍ତି। ଖତକୁରବାହାଲ ଗ୍ରାମର ଏମଡି ସାହିଦ ଅଲି ଏବଂ ଫରହାନା ପରୱନଙ୍କ କନିଷ୍ଠ ପୁତ୍ର ଏମଡି ନିସାତ ରାଜା ଚଳିତ ବର୍ଷ ନିଟ ପରୀକ୍ଷାରେ ୭୨୦ ମାର୍କରୁ ୬୪୧ ମାର୍କ ରଖି  ସର୍ବ ଭାରତୀୟ ସ୍ତରରେ ୫୬୪୫ ରଖି ମେଡିକାଲ ପାଠପଢ଼ା ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ନିସାତ କୁତ୍ରା ଅରବିନ୍ଦ ଶିକ୍ଷା କେନ୍ଦ୍ରରେ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଓ ଚତୁର୍ଥ ରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ କୁତ୍ରା କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ପରେ ରାଉରକେଲା ଇଣ୍ଡୋ ଇଂରାଜୀ ବିଦ୍ୟାଳୟରୁ ୮୩ ପ୍ରତିଶତ ନମ୍ବର ରଖି ଦଶମ ଶ୍ରେଣୀ ପାଶ କରିଥିଲେ। ପରେ ସମ୍ବଲପୁରସ୍ଥିତ ବିକାଶ କଲେଜରୁ  +୨ ବିଜ୍ଞାନରେ ୮୮ ପ୍ରତିଶତ ମାର୍କ ରଖି ପାଶ ହୋଇଥିଲେ। ପରେ ନିଟ ପରୀକ୍ଷା ପାଇଁ ରାଜସ୍ଥାନର କୋଟାରେ ପ୍ରସ୍ତୁତି କରିଥିଲେ। ସେ ପ୍ରଥମ ଉଦ୍ୟମରେ ନିଟ ପରୀକ୍ଷାରେ ସଫଳତା ହାସଲ କରିଥିଲେ।କୁତ୍ରା ବ୍ଲକର ଖତକୁରବାହାଲ ପରି ଏକ ଛୋଟିଆ ଗାଁ ରୁ ଏଭଳି ସଫଳତା ହାସଲ କରିଥିବାରୁ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି।ତାଙ୍କୁ ସମ୍ମାନିତ କରିବା ପାଇଁ ଅନୁଷ୍ଠିତ ସମାରୋହରେ ସୋଏବ ଆଲମ ନିସାତଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ।ଏହି ଅବସରରେ ମିନହାଜ ଏହମଦ,  ଏମଡି ମୁଜାହିର ହୁଶେନ, ଏମଡି ତୋହିଦ,ଏମଡି ମକସୁଦ,ଅବଦୁଲ କାଦିର,ଫାଜି ଓକିଲ ପ୍ରମୁଖଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ରହି ଅଭିନନ୍ଦନ ଜଣାଇଥିଲେ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here