ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀ ମାନଙ୍କ ସହିତ ଏକ ସମୀକ୍ଷା ବୈଠକ

ଡାବୁଗାଁ : ମଙ୍ଗଳବାର ଅପରାହ୍ନ ୪.୩୦ ଘଣ୍ଟା ସମୟରେ ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀ ମାନଙ୍କ ସହିତ ଏକ ସମୀକ୍ଷା ବୈଠକ ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ଜିଲ୍ଲାପାଳ ଡାକ୍ତର ଅଜିତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନୋଡାଲ ଅଧିକାରୀ,  ପିଡି ଡିଆରଡିଏ ରମାକାନ୍ତ ନାୟକ, ଉପ ଜିଲ୍ଲାପାଳ ଭାସ୍କର ରୋଇତ , ଜିଲା ମଙ୍ଗଳ ଅଧିକାରୀ ପବିତ୍ର ମୋହନ ପ୍ରଧାନ, ଏପିଡି ଆଡମିନ ରତ୍ନାକର ସାହୁ, ନିର୍ବାହୀ ଯନ୍ତ୍ରୀ ଆରଡବ୍ଲୁଏସଏସ ଅମରେନ୍ଦ୍ର ପାଢ଼ୀ, ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟନାୟକ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଚୌଧୁରୀ ଶୋଭାରଣୀ ମିଶ୍ର,  ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ନାରାୟଣ ବେହେରା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକ,  ନିର୍ବାହୀ ଯନ୍ତ୍ରୀ ରାସ୍ତା ଏବଂ ଗୃହ ନିର୍ମାଣ ପ୍ରଫୁଲ କୁମାର ମିଶ୍ର, ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ନବରଙ୍ଗପୁର  ସୁଦାମ ଚରଣ ମହାପାତ୍ର, ଉମରକୋଟ ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ସନ୍ତୋଷ କୁମାର ସାମଲ,  ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିହାଲ ଏବଂ  ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ । ବୈଠକରେ ନବରଙ୍ଗପୁର ଜିଲ୍ଲାରେ ନୀତି ଆୟୋଗ ଦ୍ୱାରା ଅନୁମୋଦିତ ହୋଇଥିବା କୋଷାଗୁମୁଡ଼ା ବ୍ଲକର ବଡ ଅମ୍ବାଡା, କୋଡ଼ିଗାଁ, ଡାବୁଗାଁ, ରାଇଘର, ଝରିଗାଁ ଏବଂ ଉମରକୋଟ  ବ୍ଲକରେ ଇ-ନାମ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରି ୧୦ ନଭେମ୍ବର ୨୦୨୦ ସୁଦ୍ଧା ଆରମ୍ଭ କରିବା ପାଇଁ ନିୟନ୍ତ୍ରିତ ବଜାର କମିଟି ର ଅଧ୍ୟକ୍ଷ ତଥା ଉପ ଜିଲ୍ଲାପାଳ ଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ହାଟଭରଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପାନୀୟଜଳ ର ସୁବ୍ୟବସ୍ଥା କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି, ଝରିଗାଁ ଏବଂ ରାଇଘର ବ୍ଲକରେ ନୀତି ଆୟୋଗ ଦ୍ୱାରା ଅନୁମୋଦିତ ଏନିମିୟା ମୁକ୍ତ ପ୍ରକଳ୍ପ ର ଅଗ୍ରଗତି ଏବଂ କାର୍ଯ୍ୟ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ନବରଙ୍ଗପୁର ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ୧୨ ଗୋଟି ବିଦ୍ୟାଳୟରେ  ଓଡ଼ିଆ ଛାତ୍ରଛାତ୍ରୀ ଙ୍କୁ ସ୍ମାର୍ଟ କ୍ଲାସ ମାଧ୍ୟମରେ ସିବିଏସସି ଏବଂ ଆଇସିଏସଇ ପାଠ୍ୟ ଖସଡ଼ା ଜରିଆରେ ଶିକ୍ଷା ପ୍ରଦାନ କରିବା ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ I

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here