ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ଲୁଟ

ଡାବୁଗାଁ: ମଙ୍ଗଳବାର ସନ୍ଧ୍ୟା ସମୟ ରେ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଦାନୀଗୁଡା ଗ୍ରାମ ରେ ଥିବା ମଲ୍ଲିକ ଫୁଏଲ ପେଟ୍ରୋଲ ପମ୍ପ ରୁ ଲୁଟ ହେଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାଇ ଆଜି ସନ୍ଧ୍ୟା ଏକ ବାଇକ ରେ ଦୁଇଜଣ ଉକ୍ତ ପେଟ୍ରୋଲ ପମ୍ପ କୁ ଆସି ତେଲ ପକାଇବା ବାହାନାରେ ଯାଇ ତେଲ ଦେଉଥିବା କର୍ମଚାରୀ ଙ୍କୁ ବନ୍ଧୁକ ଦେଖେଇ ଟଙ୍କା ଥିବା ବ୍ୟାଗ କୁ ଟାଣି ଥିଲେ । କର୍ମଚାରୀ ଜଣକ ପାଟି କରିବାରୁ ଦୁର୍ବୁତ୍ତ ବନ୍ଧୁକ ରୁ ଗୁଳି ଫୁଟାଇ ଥିଲେ । ଏତିକିବେଳେ ପେଟ୍ରୋଲ ପମ୍ପ ମାଲିକ ଜାଣି ବହାରକୁ ଆସିବାରୁ ତାଙ୍କ ଉପରକୁ ମଧ୍ୟ ମିସଫାଇରିଙ୍ଗ କରି ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ । ଉକ୍ତ ବ୍ୟାଗରେ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ଥିବା ପେଟ୍ରୋଲ ପମ୍ପ ମାଲିକ ପୁଲିସ କୁ ଜଣାଇଛନ୍ତି । ଖବର ପାଇ କୋଡ଼ିଙ୍ଗା ପୁଲିସ ଘଟଣା ସ୍ଥଳକୁ ଯାଇ ବନ୍ଧୁକ ରୁ ବାହାରିଥିବା ଗୁଳିର ଖୋକା କୁ ଜବତ କରିଛି । ସେପଟେ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ନାକାବନ୍ଦି କରି କଡାକଡି ଯାଞ୍ଚ ଚାଲିଥିବା ସୁଚନା ମିଳିଛି । ଏହା ଏକ ନବ ନିର୍ମିତ ପେଟ୍ରୋଲ ପମ୍ପ ହୋଇଥିବାରୁ ଏଠାରେ କୌଣସି ସିସିଟିଭି ନଥିବାରୁ ଘଟଣା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।       

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here