ବିଲବଳରାମପୁର ଗ୍ରାମର ଖୁଲଣା ବେହେରାଙ୍କୁ ତୁରନ୍ତ ଗିରଫ୍ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ସହିତ ଗ୍ରାମବାସୀଙ୍କ ଧାରଣା ।

ଆଜି କେନ୍ଦ୍ରାପଡା ଆଇତିପୁର ଗ୍ରାମ ପଞ୍ଚାୟତର ବିଲ ବଳରାମପୁର ଗ୍ରାମର ବେସେରା ସାହି ବାସିନ୍ଦା ମାନେ କେଳୁଚରଣ ବେହେରାଙ୍କ ଝିଅ ଖୁଲଣା ବେହେରାଙ୍କ ତୁରନ୍ତ ଗିରଫ୍ ଦାବିନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଓ ଧାରଣାରେ ବସିବାଥିବା ଦେଖିବାକୁ ମିଳିଥିଲା । ସେମାନଙ୍କର ଦାବିଥିଲାଯେ-ସେହି ଗ୍ରାମର ଖୁଲଣା ବେହେରା ଗ୍ରାମର ଅର୍ଦ୍ଦାଧିକ ଲୋକମାନଙ୍କୁ ସବୁବେଳେ ଦେଖେଇ ଶିଖେଇ କହିବା ଏବଂ ଅଶୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଗ୍ରାମର ଛୋଟ ଛୋଟ ଯୁବକ ମାନଙ୍କ ନାମରେ ବାରମ୍ବାର ମିଥ୍ୟା ରେପ୍ କେସ୍ ପାଟକୁରା ଥାନାରେ ଦେବା ଏବଂ ସ୍ଥାନୀୟ ସରପଞ୍ଚଙ୍କ ଭାଇଙ୍କ ନାମରେ ଟଙ୍କା ନେଇଛି ବୋଲି ମିଥ୍ୟା ଆରୋପ୍ ଲଗାଇବା ଭଳି ପ୍ରତିଦିନ ଗ୍ରାମର କୌଣସି ନା କୌଣସି ଲୋକଙ୍କ ବିରୋଧରେ ଗପିବା ସହିତ ମାଡଗୋଳ ଏବଂ କଳି ଝଗଡା କରିବା ଭଳି ବିଭିନ୍ନ ସଂଗୀନ ମୂଳକ ଅଭିଯୋଗ ତାର ନାମରେ ରହିବା ପରେ ମଧ୍ୟ ପାଟକୁରା ଥାନା ପୋଲିସ ଯେ-କାହିଁକି ଖୁଲଣାକୁ ଗିରଫ୍ କରୁନି । ସେହି ପ୍ରତିବାଦରେ ଗ୍ରାମବାସୀ ମାନେ ଯଥା-ଜୟନ୍ତି ବେହେରା, ଜ୍ୟୋତ୍ସ୍ନାମୟୀ ବେହେରା, ସଞୁକ୍ତା ବେହେରା, ଶୁକାନ୍ତି ବେହେରା, ଜୟନ୍ତି ବେହେରା-୨,ଚନ୍ମୟୀ ବେହେରା, କଲ୍ୟାଣୀ ବେହେରା ପ୍ରମୁଖ ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମାଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିବା ସହିତ ତୁରନ୍ତ ଖୁଲଣାକୁ ଗିରଫ୍ କରିବା ପାଇଁ ଦାବି କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here