୫୩ତମ କୁମାର ଉତ୍ସବର ଦ୍ଵତୀୟ ଦିବସରେ ସମ୍ବର୍ଦ୍ଧନା, ଫଳ ବଣ୍ଟନ ଓ ବଳାଶ୍ରମ ଶିକ୍ଷାର୍ଥୀ ମାନଙ୍କୁ ଖାତା କଲମ ପ୍ରଦାନ

ପୁରୀ(୨/୧୧)ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ସମସ୍ତଙ୍କ ସ୍ନେହ, ସଦିଚ୍ଛା ଓ ସହଯୋଗରେ ଓଡ଼ିଶାର ପ୍ରମୁଖ ସାଂସ୍କୃତିକ ସଙ୍ଗଠନ ତଥା ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ମହାପର୍ବ କୁମାର ଉତ୍ସବ ସମିତି ନଭେମ୍ବର ୧ ରୁ ୩ ତାରିଖ ତିନିଦିନ ବ୍ୟାପି ସେବା ଓ ସମର୍ପଣ ଭାବରେ ୫୩ତମ କୁମାର ଉତ୍ସଵ ଆୟୋଜନ କରୁଛି। ଆଜି ତାର ଦ୍ଵିତୀୟ ଦିବସରେ ପ୍ରଥମେ ଉତ୍କଳ ବାଳାଶ୍ରମରେ କୁନିକୁନି ଶିକ୍ଷାର୍ଥୀମାନଙ୍କୁ ଫଳ, ପାଉଁରୁଟି, ସାନିଟାଇଜର , ମାସ୍କ  ତଥା ଖାତା କଲମ ଥିବା ଏକ କିଟ୍ ଉପସ୍ଥିତ ଥିବା ଅନୁଷ୍ଠାନର କାର୍ଯ୍ୟକର୍ତାମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ବେଳେ ଉତ୍କଳ ବାଳାଶ୍ରମକୁ କରୋନା ମୁକାବିଲାରେ ପିଲାମାନଙ୍କ ବିଶେଷ ଯତ୍ନ ପାଇଁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଅନ୍ୟପକ୍ଷରେ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ତଥା ପୁରୀର ମାନ୍ୟବର ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ସେଠାରେ ପିଲାମାନଙ୍କ ଗହଣରେ କେକ୍ କାଟି ନିଜ ଜନ୍ମ ଦିନ ପାଳନ କରିଥିଲେ।

ପରେ ପରେ ସଂକଳ୍ପ ଫାଉଣ୍ଡେସନ ଟ୍ରଷ୍ଟ, ଅସ୍ତରାଗ, ସହରାଞ୍ଚଳ ବାସହୀନଙ୍କ ଆଶ୍ରୟସ୍ଥଳୀ, ହୋପ୍ ଇଜ୍ ଲାଇଫ୍ ଏବଂ ଶେଷରେ ନୀଳାଦ୍ରି ନିଳୟରେ ଥିବା ନିରାଶ୍ରୟ ବୃଦ୍ଧାମାନଙ୍କୁ ଫଳ, ପାଉଁରୁଟି, ସାନିଟାଇଜର ଓ ମାସ୍କ ଥିବା ଏକ କିଟ୍ ଉପସ୍ଥିତ ଥିବା ଅନୁଷ୍ଠାନର କାର୍ଯ୍ୟକର୍ତାମାନଙ୍କ ଦ୍ୱାରା ଦିଆଯାଇଥିଲା। ଏଥି ସହ ଉପରୋକ୍ତ ସମସ୍ତ ଅନୁଷ୍ଠାନମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସମିତିର ସଭାପତି ତଥା ବରିଷ୍ଠ ସେବାୟତ ଗୋପାଳ ଚନ୍ଦ୍ର ଖୁଣ୍ଟିଆ, ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ତଥା ମାନ୍ୟବର ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, କାର୍ଯ୍ୟକାରୀ ସଭାପତି ରାଜେଶ ମିଶ୍ର, ସମାଜସେବୀ ହେକ୍ଟର ମିଶ୍ର, ସୁକାନ୍ତ ପଣ୍ଡା, ରାଜ୍ୟ କିନ୍ନର ସଂଘର ସଦସ୍ୟ ପ୍ରିୟାନ୍ସି ଦାସ, ଜିଲ୍ଲା କିନ୍ନର ସଂଘର ସଭାପତି ଦେବିକା ମା’,  ସାଧାରଣ ସମ୍ପାଦକ ସ୍ୱାଧୀନ କୁମାର ପଣ୍ଡା ସମେତ ଅନୁଷ୍ଠାନର ସଭ୍ୟସଭ୍ୟା ସନ୍ତୋଷ ମହାନ୍ତି, ସାଧନା ମହାନ୍ତି, ସମୀର ଶତପଥୀ, ପ୍ରଶାନ୍ତ ପ୍ରଧାନ, ଗଣେଶ୍ୱର ଦାଶ, ଶୁଭଶ୍ରୀ ଜୟସିଂ, ଜ୍ୟୋତିର୍ମୟୀ ପଣ୍ଡା, ମାୟାଶୃତି ଆପାଟ, ବେବିନା ଜାଲି, ସୋନାଲି, ରୂପାଲି, ପ୍ରମୋଦ, ଦିବ୍ୟ, ଶୁଭେନ୍ଦୁ, ଅଭ୍ୟୁଦେୟ , କ୍ଷୀରୋଦ, ଗୌରୀଶଙ୍କର, ମନସ୍ମିତା, ଅସୀମା, ସନ୍ଧ୍ୟା, ଲିଟୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପ୍ରକାଶ ଥାଉ କି, ଏହି ସମସ୍ତ କାର୍ଯ୍ୟକ୍ରମ କୋଭିଡ ନିୟମ ଅନୁଯାୟୀ ଅନୁଷ୍ଠିତ ହୋଇଥିଲା । ଆସନ୍ତାକାଲିର ଉଦଯାପନୀ ଉତ୍ସବକୁ ପୁରୀ ପୌରସଦନ ଠାରେ କରାଯିବା ପାଇଁ ପୁରୀ ଜିଲ୍ଲା  ପ୍ରଶାସନ ପକ୍ଷରୁ ଅନୁମତି ମିଳିଥିବା ଅନୁଷ୍ଠାନ ପକ୍ଷରୁ ପ୍ରକାଶ। ଅନ୍ୟପକ୍ଷରେ କାର୍ଯ୍ୟସୂଚୀ ଅନୁଯାୟୀ ଉଦଯାପନୀ ଉତ୍ସବ ସନ୍ଧ୍ୟା ୫ ଘଟିକା ସମୟରେ ଅନୁଷ୍ଠିତ ହେବାକୁ ଥିବା ବେଳେ ପୁରୀ ସହରର ସମସ୍ତ ଥାନା ଅଧିକାରୀ ଓ କର୍ମଚାରୀ ବୃନ୍ଦ ତଥା ସମସ୍ତ ଗଣମାଧ୍ୟମ ପ୍ରତିନିଧି ଓ କର୍ମଚାରୀଙ୍କୁ ପୌରସଦନ ମଞ୍ଚରେ ସମ୍ବର୍ଦ୍ଧିତ କରାଯିବ ବୋଲି ଅନୁଷ୍ଠାନ ସୂତ୍ରରୁ ପ୍ରକାଶ । ତେଣୁ ଆସନ୍ତାକାଲିର ଉଦଯାପନୀ ସନ୍ଧ୍ୟାରେ କାର୍ଯ୍ୟକ୍ରମର ସଫଳତା ପାଇଁ ଆପଣଙ୍କ ଉପସ୍ଥିତି କାମନା କରୁଛୁ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here