ଜୁଆ ଆଡ୍ଡା ଉପରେ ପୋଲିଶର ଚଢାଉ, ଅନେକ ଯାନ ବାହାନ ସମେତ ନଗଦ ରାଶି ଜବତ, ୧୧ ଗିରଫ :

କୋଭିଡ ନୀୟମକୁ ବେଖାତିର୍ କରି ସଂଘବଦ୍ଧ ଭାବେ ଚାଲିଥିଲା ଜୁଆ ଖେଳ । ଦୀପାବଳି ଆସିବା ପୂର୍ବରୁ ଜୁଆଡି ମାନେ ମାତିଛନ୍ତି ଜୁଆଖେଳରେ । କରୋନାକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ଅନେକ ପ୍ରକାର ବ୍ୟବସ୍ଥା କରିଥବା ବେଳେ ଜୁଆଡି ମାନେ କୌଣସି ନୀୟମକୁ ନ ମାନି ଜୁଆ ଖେଳୁ ଥିଲେ l ଏଭଳି ଏକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ପଦମପୁର ପଞ୍ଚାୟତ ସଂଲଗ୍ନ ନାଇକିନବାହାଲ ଗ୍ରାମରେ । ବଡ ଧାରଣର ଜୁଆଖେଳ ଚାଲି ଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବୀରମିତ୍ରପୁର ଓ କୁଆଁରମୁଣ୍ଡା ପୋଲିଶ ଅତର୍କିତ ଭାବେ ଖେଦରିଆ ସ୍ପଞ୍ଜ କାରଖାନା ପଛ ପଟେ ଥିବା ଜୁଆ ଆଡ୍ଡା ଉପରେ ଚଢାଉ କରି ସେଠାରୁ ୧୧ ଜଣ ଙ୍କୁ ଗିରଫ କରିଥିଲେ l ଜୁଆଡି ମାନେ ଗିରଫ ହେବା ପରେ ସେମାନଙ୍କ ଠାରୁ ୩ ଟି ସ୍କୁଟି, ୯ ଟି ବାଇକ, ଗୋଟିଏ କାର, ସମେତ ନଗଦ ରାଶି ଆକାରରେ ୧୪୭୭୩ ଟଙ୍କା ଜବତ ହୋଇଥିଲା l ଉକ୍ତ ଘଟଣାରେ ସମ୍ପୃକ୍ତ ଜୁଆଡି ମାନେ ହେଲେ ସୀତା ରାମ କେର୍କେଟା, ଦୀପକ ତିର୍କୀ ସାରଣ୍ଡାମାଲ ଅଂଚଳର ,
କୁସୁ ଓରାମ୍ ଡୁମେର୍ ଜୋର୍, ବଲରାମ ବାର୍ଲା ଲାଞ୍ଜୀବେର୍ନା, ମହମ୍ମଦ ସମ୍ସାଦ ଆଲାମ୍, ସଞ୍ଜୟ ଏକ୍କା, ପ୍ରକାଶ ମିସ୍ତ୍ରୀ, ସୋମନାଥ ମଲିକ୍ କୁଆଁରମୁଣ୍ଡା ଅଂଚଳର,
କ୍ରିଷ୍ଣା କୁଜୁର, ଶିବ ଚରଣ କୁଜୁର ନାଇକିନ୍ ବାହାଲ୍ ଓ ବିକ୍ରମ ବାର୍ଲା ଗୁଡଛାପଲ ଅଂଚଳର ବାସିନ୍ଦା ବୋଲି ଜଣା ପଡିଛି l ଜୁଆ ଆଡ୍ଡା ଉପରେ ଚଢାଉ କରି ଜୁଆଡି ମାନଙ୍କୁ ଧରିବା ପରେ ବୀରମିତ୍ରପୁର ଥାନା ଅଧିକାରିଣୀ ମତ ବ୍ୟକ୍ତ କରିଛନ୍ତି ଯେ ଆମ ଥାନା ଅଂଚଳର ଯେ କୌଣସି ଜାଗାରେ ଜୁଆ ଖେଳ ହେଉଥିବାର ଜଣା ପଡିଲେ ଆମେ ଅତର୍କିତ ଭାବେ ଚଢ଼ାଉ କରି ଜୁଆଡିମାନଙ୍କୁ ଗିରଫ କରିବୁ l ଏ ନେଇ କୁଆଁରମୁଣ୍ଡା ଫାଣ୍ଡିରେ ଏକ ଜୁଆଖେଳ ମାମଲା ରୁଜୁ ହୋଇଛି l

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here