ଶେଷ ଦିନରେ ୩ ପ୍ରମୁଖ ଦଳର ଜୋରଦାର ପ୍ରଚାର ଶେଷ ।

ଜଗତସିଂହପୁର ୧/୧୧/୨୦

ତିର୍ତ୍ତୋଲ ଉପନିର୍ବାଚନ ୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ୧ ତାରିଖ ରବିବାର ଦିନ ପ୍ରଚାର କାର୍ଯ୍ୟ ଶେଷ ହୋଇଛି । ବିରିଡି ବ୍ଲକ ବିଜେଡ଼ି ମଙ୍ଗୁଆଳ ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ କାଜୁନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ସମସ୍ତ ପର୍ଯ୍ୟବେକ୍ଷକ ଓ କର୍ମୀମାନଙ୍କ ସହ ଅରଣା ପଞ୍ଚାୟତରୁ ଏକ ବିଶାଳ ମଟର ସାଇକେଲ ରାଲି ଆରମ୍ଭ କରି  ସିବାପୁର ,ଆଢଙ୍ଗ, ବାଲିଆ ଗୋପୀନାଥପୁର, ସଢ଼େଇ ସହିତ ୨୨ ମୌଜା ର ସମସ୍ତ ପଞ୍ଚାୟତ ପରିକ୍ରମା କରି ବିଜେଡ଼ି ପ୍ରାର୍ଥୀ  ଵିଜୟ ଶଙ୍କର ଦାସଙ୍କ ପାଇଁ ଭୋଟ୍ ଭିକ୍ଷା କରିଥିଲେ I ମନ୍ତ୍ରୀ କହିଥିଲେ ଆମ ଦଳ ଜିତିବ ,ଭୋଟ ଗଣନା ପରେ ସବୁଜଣା ପଡିବ ,ଆମ ଦଳ ଭିତରେ କିଛି କନ୍ଦଳ ନାହିଁ I ସେହିପରି ରଘୁନାଥପୁର ବ୍ଲକ ବିଜେଡ଼ିର ମଙ୍ଗୁଆଳ ସଞ୍ଜୟ କୁମର ଦାସବର୍ମା ଅପରାହ୍ନରେ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ନିକଟରେ  ଏକବିଶାଳ ପଦଯାତ୍ରାର ଆୟୋଜନ କରିଥିଲେ । ପ୍ରଥମେ ଗୋପବନ୍ଧୁ ଓ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଏହି ପଦଯାତ୍ରାକୁ  ରଘୁନାଥପୁର ବ୍ଲକ ମଙ୍ଗୁଆଳ ସଞ୍ଜୟ କୁମାର ଦାସବର୍ମା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପଦଯାତ୍ରାରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା , ରାଜ୍ୟ ଯୁବ ବିଜେଡି ଉପସଭାପତି ରାଜା ଚକ୍ର,  ଅଢେଇକୂଳ ପଞ୍ଚାୟତ ର ପର୍ଯ୍ୟବେକ୍ଷ ବିଶ୍ବରଂଜନ ମହାନ୍ତି,  ବିଜେଡ଼ି ସଭାପତି ଦେବାଶିଷ ତ୍ରିପାଠୀ,ସରପଞ୍ଚ ଓ ସମିତିସଭ୍ୟ ସଭ୍ୟା ସମେତ ୩ ହଜାରରୁ ଉର୍ଦ୍ଧ୍ବ ବିଜେଡି କର୍ମୀ ରଘୁନାଥପୁର ,ଜଗନ୍ନାଥପୁର ଓ ହାଟବଜାର ପଦଯାତ୍ରାରେ ଯାଇ ପ୍ରାଥୀ ବିଜୟ ଶଙ୍କର ପାଇଁ ଭୋଟ୍ ଭିକ୍ଷା କରିଥିଲେ । ଦୁଇଟି ବ୍ଲକ ର ବିଶାଳ ମଟର ସାଇକେଲ ଶୋଭାଯାତ୍ରା ଓ ପଦଯାତ୍ରା ର ପ୍ରଭାବ ଲୋକମାନଙ୍କୁ ବିଜେଡି ମୁହାଁ କରିଥିବା ଜଣାପଡିଛି ବୋଲି ଜଳସମ୍ପଦ ମନ୍ତ୍ରୀ କହିଛନ୍ତି।     

ଜଗତସିଂହପୁର ଜିଲ୍ଲାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ I

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here