କେନ୍ଦ୍ରାପଡା ଜିଲ୍ଲାର ଏକ ମଦ କାଉଣ୍ଟରରେ ବାପ ଯୋର ଯବରଦସ୍ତ ଏକ ୨ବର୍ଷର ଶିଶୁ କନ୍ୟାକୁ ପେଇଲା ମଦ ।

ଦେଖନ୍ତୁ ଏ ଦୃଶ୍ୟ ହେଉଛି କେନ୍ଦ୍ରାପଡା ଜିଲ୍ଲାର କଂସାର ଗ୍ରାମପଞ୍ଚାୟତର ବନ୍ଧପଡା ଗ୍ରାମର ଏକ ମଦ କାଉଣ୍ଟରର ଦୃଶ୍ୟାବଳି । କଥାରେ ଅଛି ବାପ ‘ମା’କୁଆଡେ ଜନ୍ମିତ ଶିଶୁଙ୍କର ପ୍ରଥମ ଗୁରୁ । ଯେକି ପିଲାମାନଙ୍କୁ ପ୍ରଥମେ ହାତଧରି ଚାଲିବା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସମସ୍ତ କଥା ଶିଖେଇ ଥାନ୍ତି । ଏପରିକି କୁନି କୁନି ପିଲାଙ୍କ ହାତଧରି ପାଠ ମଧ୍ୟ ପଢାଇଥାନ୍ତି । କିନ୍ତୁ ଯୁଗ ଓଲଟି ଗଲା ଭଳି ଏକ ଅଜବ୍ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲାର ଏକ ମଦ କାଉଣ୍ଟର ପରିସରରେ । ଯାହା ନକହିବା ବଂରମ୍ ବହୁତ୍ ଭଲ । ଏମିତି ଏକ ଘଟଣା ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ, ଯୋଉ ଘଟଣାଟି ଦେଖିଲେ ହୁଏତ ଆପଣଙ୍କ ମୁଣ୍ଡ କିଛି ସମୟ ପାଇଁ ଘୁରାଇ ଦେଇପାରେ । ହଁ ଆଜ୍ଞା ଏଠି କିନ୍ତୁ ସମ୍ପୂର୍ଣ୍ଣ ଓଲଟା ଦେଖିବାକୁ ମିଳିଛି । ଜୈନିକ ସାହାସପୁର ଗ୍ରାମର ଅନାମ ନାମକ ମଦ୍ୟପ ବ୍ୟକ୍ତି ମଦ କାଉଣ୍ଟରରେ ମଦ ପିଉଥିବା ବେଳେ ତାର ସେହି ୨ବର୍ଷର କୁନି ଝିଅଟିକୁ ବା ଛନ୍ଦ କପଟ ଜାଣିନଥିବା ସେହି ନିଷ୍ପାପ ଅବାଧ ଶିଶୁଟିକୁ ମଦପିଇବାକୁ ଯୋର ଯବରଦସ୍ତ ବାଧ୍ୟକରି ମଦ ପେଇବା ସହିତ ଚାଖଣା ମଧ୍ୟ ଖାଇବାକୁ ଦେଉଥିଲା । ଆପଣ ନିଜେ ଆଖିରେ ନଦେଖିଲେ ଯମାରୁ ହୁଏତ ଏପରି ଆଶ୍ଚର୍ଯ୍ୟ ଜନକ ବା ଅବିଶ୍ୱାସନୀୟ କଥାକୁ ଆଦୌଉଁ ବିଶ୍ୱାସ ନକରି ପାରନ୍ତି । ଏ ଦୃଶ୍ୟକୁ ଟିକେ ଭଲଭାବରେ ଆପଣମାନେ ନିରିଖି ଅତି ପାଖରୁ ଦେଖନ୍ତୁ ତଃ । କେମିତି ହାତଧରି ବାପ ପଠ ପଢାଇବା ଶିଖେଇବା ବଦଳରେ ବା ପାଠ ପଢା ବୟସରେ କେମିତି ମଦ ଗ୍ଲାସ୍ ପିଲାର ହାତରେ ଧରାଇ ଦେଉଛି । ଏହେଉଛି ଆମ ସମାଜ ପାଇଁ ଏକ କୁଶିକ୍ଷା ନା ଅବାଧ ଶିଶୁକୁ କୁପଥକୁ ଟାଣିନେବାର ସୁବ୍ୟବସ୍ଥା କହିଲେ ମଧ୍ୟ ଅତ୍ୟୁକ୍ତି ହେବନାହିଁ । ପୁଣି ଦେଖନ୍ତୁ ଏ ମଦୁଆ ଜଣଙ୍କ କେମିତି ଗ୍ଲାସ୍ ପରେ ଗ୍ଲାସ୍ ମଦ ନିଜେ କ୍ଷୀର ଗ୍ଲାସଭଳି ଢକ୍ ଢକ୍ କରି ପିଇଯାଉଛି । ଆଉ ସାଂଗରେ ବି ଛୁଆକୁ ମଦ କାଉଣ୍ଟର ମଧ୍ୟରେ ମଦ ପିଇବାକୁ ବାଧ୍ୟ କରୁଛି । ସତରେ ଏମିତି ବାପା ଖାଲି ସମାଜ ପାଇଁ ନୁହେଁ ସମଗ୍ର ମାନବ ଜାତୀପାଇଁ କଳଙ୍କ ସଦୃଶ୍ୟ । ଏଭଳି ମଦ୍ୟପ ବାପ ଲୋକମାନଙ୍କ ନଜରକୁ ଆସିବା ପରେ ତାର ଛୋଟ ଛୁଆ ସହିତ ସ୍ଥାନୀୟ ପଖଡ ଗ୍ରାମର କିଛି ବଜରଂଗ ଦଳର କର୍ମୀ ବା ସଦସ୍ୟମାନେ ଉକ୍ତ ମଦ୍ୟପ ସହିତ କୁନି ପିଲାଟିକୁ ଉଦ୍ଧାର କରି ସଦର ଥାନା ପୋଲିସ ଜିମା ଦେଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି । ଦେଖାଯାଉ ପୋଲିସ ଉକ୍ତ ମଦ୍ୟପ ବ୍ୟକ୍ତିକୁ କିପ୍ରକାର ଆଇନଗତ ଦଣ୍ଡ ଦେଉଛନ୍ତି । ଯାହା ଖାଲି ବାକି ରହିଲା ଦେଖିବାକୁ ।

କେନ୍ଦ୍ରାପଡାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here