ତିର୍ତ୍ତୋଲ ଏବଂ ବାଲେଶ୍ବର ବାଇ ଇଲେକସନ୍ ଓ କେନ୍ଦ୍ରାପଡା ମାଦୂର୍ଗା ଓ ଲକ୍ଷ୍ମୀ ପୂଜାରେ ସରକାରୀ କୋଭିଡ୍ ନୀୟମକୁ ଫ୍ୟୁ ।

ସମଗ୍ର ବିଶ୍ବରେ ଦେଖାଦେଇଛି କରୋନା ଭଳି ଏକ ମହାମାରୀ ରୋଗ । ଯାହା କବଳରେ କବଳିତ ସମଗ୍ର ବିଶ୍ୱବାସୀ । ହଜାର ହଜାର, ଲକ୍ଷଲକ୍ଷ ଲୋକ ପୋକମାଛି ଭଳି ପ୍ରତିଦିନ ମରିବାକୁ ଲାଗିଛନ୍ତି । ସବୁଠି ହାହାକାର ଏବଂ ଭୟର ବାତାବରଣ ସୃଷ୍ଟି ହୋଇଛି । ଦେଶ ଓ ରାଜ୍ୟରେ ଲୋକମାନେ ଘରୁ ପଦାକୁ ବାହାରୁ ନାହାନ୍ତି । ଦୈନାଦିନ ଜୀବନରେ କଳ କାରଖାନା ଠାରୁ ଆରମ୍ଭ କରି ଲୋକମାନଙ୍କ କର୍ମମୟ ଜୀବନ ସତେ ଯେମିତି ଦିନକୁ ଦିନ ଅସ୍ତବ୍ୟସ୍ତ ହୋଇପଡୁଛି । ସରକାର ମଧ୍ୟ କରୋନା ମହାମାରୀକୁ ନେଇ ବହୁତ୍ ଚିନ୍ତିତ ହୋଇ ପଡିଛନ୍ତି । ଏଥି ମଧ୍ୟରେ ପାର୍ବଣର ଋତୁ ଆରମ୍ଭ ହୋଇ ଯାଇଥିବାରୁ । ‘ଦେବୀ ଦୁର୍ଗାଙ୍କ ପୂଜା ଅର୍ଚ୍ଚନା ପ୍ରତ୍ୟେକ ମଣ୍ଡପରେ କୋଭିଡ୍ କଟକଣା ସତ୍ୱେ ଅନୁଷ୍ଠିତ ହୋଇଯାଇଅଛି । ମାଦେବୀଙ୍କ ପୂଜା ପରେ ପରେ ‘ମା’ ଲକ୍ଷ୍ମୀ ଓ କାଳୀଙ୍କ ପୂଜା ଆରମ୍ଭ ମଧ୍ୟ ଏଥି ମଧ୍ୟରେ ହୋଇଯାଇଛି । ‘ମା’ଙ୍କ ଦର୍ଶନ ପାଇଁ ସରକାର କରିଛନ୍ତି ବହୁତ୍ ଗୁଡିଏ କୋଭିଡ୍ କଟକଣା ବା ନୀତି ନୀୟମ । ହେଲେ ତାକୁ ସବୁ ମାନୁଛି କିଏ  ? ପୂଜା ପାର୍ବଣ ସମୟରେ କୋଭିଡ-19ର କଟକଣା ଅତ୍ୟନ୍ତ ଜରୁରୀ ହେଇଥିଲା ବେଳେ । ଏହି ନୀୟମକୁ କେହି ନମାନିବା ଏବଂ ରାଜ୍ୟର ଦୁଇଟି ପ୍ରମୂଖ ଜାଗାରେ ବାଇ ଇଲେକସନ ବା ଉପ ନିର୍ବାଚନର କ୍ୟାମ୍ପେନିଂଗ୍ ଚାଲିଥିବା ସମୟରେ କୋଭିଡ କଟକଣାକୁ ଫ୍ୟୁ କରି ସରକାରୀ ନିତୀ ନୀୟମ ସବୁକୁ ପାଦରେ ଦଳି ମକଚି ଫୋପାଡି ଦେବାଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏପଟେ ନୀୟମ ଭାଂଗି ବିଭିନ୍ନ ଜାଗାରେ ଇଲେକସନ୍ ପ୍ରସାର ପ୍ରଚାର ସହିତ ମେଲୋଡି ପୋଗ୍ରାମ ମାଧ୍ୟମରେ ନୃତ୍ୟଗୀତର ଆସର ମଧ୍ୟ ବେଶ୍ ଜମାଇବା ଯେ-କେତେଦୂର ଯୁକ୍ତି ଯୁକ୍ତ ବା ଆଇନ୍ ସଂଗତ ବା ଆଇନ୍ ସମିଚନର କଥା, ତାହା ବର୍ତ୍ତମାନ ପାଇଁ ମୂଖ୍ୟ ଆଲୋଚ୍ୟର ବିଷୟ ପାଲଟିଛି । ଜଗତସିଂହପୁର ଜିଲ୍ଲା ତ୍ରିତ୍ତୋଲ ଏବଂ ବାଲେଶ୍ବର ନିର୍ବାଚନ ମଣ୍ଡଳୀରେ ଚାଲିଥିବା ଇଲେକ୍ସନ ପ୍ରଚାର ସମୟରେ ସମସ୍ତ କୋଭିଡ ନିୟମକୁ ଫ୍ୟୁ କରି ଚାଲିଛନ୍ତି ବଡବଡ ହେବି ୱେଟ୍ ନେତା ମନ୍ତ୍ରୀଙ୍କ ସହିତ ବିଭିନ୍ନ ରାଜନୈତିକ ଦଳର ଦଳୀୟ କର୍ମୀମାନେ କିନ୍ତୁ ବଡ ଦୁଃଖ ଆଉ ପରିତାପର ବିଷୟ ଯେ- ଏବର୍ଷ ‘ମା’ ଦୂର୍ଗତୀ ନାସିନୀ ‘ମା’ଦୂର୍ଗା ଧରାବତରଣ କରିବା ପରେ ଧରାପୃଷ୍ଠକୁ ଆସିଥିଲେ ମଧ୍ୟ ଭକ୍ତମାନେ ମାନେ ‘ମା’ଙ୍କୁ ଦର୍ଶନ କରିବାପାଇଁ ଦେଇନଥିଲେ । ଭକ୍ତ ମାନେ ମଧ୍ୟ  କୋଭିଡ ନିୟମକୁ କଡାକଡି ଭାବେ ମାନିଥିବା ଦେଖିବାକୁ ମିଳିଥିଲା । ହେଲେ କିନ୍ତୁ ରାଜନୈତିକ କ୍ଷେତ୍ରରେ କୋଭିଡ କଟକଣାକୁ ଫ୍ୟୁ କରାଯାଉଥିବାରୁ  ଏନେଇ ସାଧାରଣରେ ଏବଂ ସ୍ଥାନୀୟ ବୁଦ୍ଧିଜିବୀ ମହଲରେ ମୂଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ଆଇନ୍ ଜିବୀଙ୍କ ସମେତ ସାଧାରଣ ଜନତା  ଧ୍ୟାନଦେବା ସହିତ ଏପରି ଆଇନ୍ ଉଲଂଘ୍ନ ଏବଂ ବେଆଇନ୍ କାର୍ଯ୍ୟପାଇଁ ପ୍ରତିବାଦ୍ ଓ ବିକ୍ଷୋଭର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଦାବି କରାଯାଇଛି । ତେବେ ଆସନ୍ତୁ ସିଧା ସଳଖ ଦେଖିବା କେମିତି କୋଭିଡ୍ ନୀୟମକୁ ଭାଂଗୀ ବେଆଇନ ଭାବେ ମଞ୍ଚ ଉପରେ ଚାଲିଛି ଇଲେକସନ୍ ପ୍ରଚାର ପାଇଁ ଅତ୍ୟାଧୁନିକ ନୂର୍ତ୍ୟ ଏବଂ ଗୀତ ସହିତ କେନ୍ଦ୍ରାପଡା ସହରର ବିଭିନ୍ନ ଗଳିକନ୍ଦିରେ ‘ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା  । ଏବର୍ଷ କେମିତି ଉପଭୋଗ୍ କରିବା ସହିତ ପାଳନ କରୁଛନ୍ତି ମାଙ୍କ ପାର୍ବଣର ଉତ୍ସବ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here