ଏସ॰ୟୁ॰ଜେ ନବରଙ୍ଗପୁର ଜିଲ୍ଲା କାର୍ଯ୍ୟ|ଳୟ ଉଦଘାଟିତ

ଡାବୁଗାଁ,୧/୧୧ ନବରଙ୍ଗପୁର ଜିଲ୍ଲା ସଦରମହକୁମାସ୍ଥିତ ମାଝୀଗୁଡା ଛକ ନିକଟ ଏକ କମ୍ପ୍ଲେକ୍ସ ରେ ରାଜ୍ୟ ସାମ୍ବାଦିକ ୟୁନିଅନ (ଏସ॰ୟୁ॰ଜେ) ଅନୁବନ୍ଧିତ ନବରଙ୍ଗପୁର ଜିଲ୍ଲା ସାମ୍ବାଦିକ ୟୁନିଅନ ର କାର୍ଯ୍ୟ|ଳୟ ରବିବାର ଉଦଘାଟିତ ହୋଇଯାଇଛି | ଏଥିରେ ରାଜ୍ୟ ୟୂନିଅନ ସଙ୍ଘ ସଭାପତି ଅଜୟ କୁମାର ସାହୁ ଅତିଥି ଭାବେ ଯୋଗ ଦେଇ ଜିଲା କାର୍ଯ୍ୟ|ଳୟ କୁ ଉଦଘାଟନ କରିଥିଲେ | ଏସ॰ୟୁ॰ଜେ ର ଏହା ପଞ୍ଚମ ଜିଲ୍ଲା କାର୍ଯ୍ୟ|ଳୟ | ଆଗାମୀ ଦିନରେ ନବରଙ୍ଗପୁର ଜିଲାରେ ରାଜ୍ୟ ସ୍ତରୀୟ ସାମ୍ବାଦିକ କର୍ମଶାଳା ଆୟୋଜନ କରାଯିବ ବୋଲି ସଭାପତି ସାହୁ କହିଥିଲେ | ଏସ॰ୟୁ॰ଜେ ର ବରିଷ୍ଠ ମାର୍ଗଦର୍ଶକ ତଥା ରାଜ୍ୟ ଉପସଭାପତି କୀର୍ତି ଚନ୍ଦ୍ର ସାହୁ  ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଆହ୍ଵାନ ଦେଇଥିଲେ | ସହନଶୀଳତା ଓ ଶାଳୀନତା ରକ୍ଷା କରିବା ସହ ଭୟଭୀତ ହୋଇ ଓ କାହାରିକୁ ଭୟ ଦେଖାଇ କାର୍ଯ୍ୟ ନ କରିବା କୁ ପରାମର୍ଶ ଦେଇଥିଲେ | ନବରଙ୍ଗପୁର ଜିଲ୍ଲା ଶାଖା କାର୍ଯ୍ୟ|ଳୟରେ ୱାଇଫାଇ  ବ୍ରଡବ୍ରାଣ୍ଡ ସଂଯୋଗ ସମେତ କମ୍ପ୍ୟୁଟର , ଟିଭି ଆଦିର ସୁବିଧା କରାଯାଇଛି | ସଂଘ ର ସଭ୍ୟ ମାନଙ୍କ ପାଇଁ ଖବର ପ୍ରସାରଣରେ ଯାହା କିଛି ସାମୁହିକ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲା ସାଧାରଣ ସମ୍ପାଦକ ସଦାଶିବ ପ୍ରହରାଜ ସୂଚନା ଦେଇ ଜିଲ୍ଲା ସଭାପତି ବିଭୁତି ପ୍ରସାଦ ପଣ୍ଡା , ରାଜ୍ୟ ସଭାପତି ଶ୍ରୀ ସାହୁ ଓ ଉପସଭାପତି କୀର୍ତି ଙ୍କୁ କୃତଜ୍ଞତା ଜଣାଇଥିଲେ | ବରିଷ୍ଠ ସାମ୍ବାଦିକ ପୃଥୀରାଜ ପାଇକରାୟ ଅତିଥି ପରିଚୟ ଦେବା ସହ ଜିଲ୍ଲାର ସାମୁହିକ ବିକାଶ ରେ ସମସ୍ତ ଙ୍କ ସହଯୋଗ ଲୋଡିଥିଲେ | ଜିଲ୍ଲା ସଭାପତି ବିଭୁତି ପ୍ରସାଦ ପଣ୍ଡା ନୂତନ କାର୍ଯ୍ୟ|ଳୟ ଦ୍ଵାରା ସମସ୍ତେ ଉପକୃତ ହୋଇପାରିବେ ବୋଲି ଆଶା ବ୍ୟକ୍ତ କରି ଧନ୍ୟବାଦ ଅର୍ପଣ କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୪୦ ଜଣ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେବା ସହ ୧୩ ଜଣ ନୂତନ ସଭ୍ୟ ନାମ ପଞ୍ଜୀକରଣ କରିଥିଲେ |                         

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here