ଡାବୁଗାଁ ବ୍ଲକ୍ କଂଗ୍ରେସ ରଇନ୍ଦିରା ଗାନ୍ଧୀ ଶ୍ରାଦ୍ଧ ଦିବସ ପାଳିତ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଡ଼ଙ୍ଗରିଗୁଡା ଠାରେ ବ୍ଲକ କଂଗ୍ରେସ ତରଫରୁ କର୍ମୀ ମାନଙ୍କ ସହଯୋଗରେ ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ଵର୍ଗତ ଇନ୍ଦିରା ଗାନ୍ଧୀ ଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି | ଏଥିରେ ଜିଲ୍ଲା ପର୍ଯ୍ୟବେକ୍ଷକ ଦ୍ଵାରିକା ମହାପାତ୍ର ଙ୍କ ଉପସ୍ଥିତିରେ ବ୍ଲକ କଂଗ୍ରେସ ସଭାପତି ଜି॰ ସାଇରାଜୁଙ୍କ ନେତୃତ୍ଵରେ କଂଗ୍ରେସ କର୍ମୀ ମାନଙ୍କ ଦ୍ଵାରା ସ୍ଵର୍ଗତ ଇନ୍ଦିରା ଗାନ୍ଧୀ ଓ ସର୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତି ଚାରଣ କରାଯାଇଥିଲା | ପରେ ଉକ୍ତ ସ୍ଥାନରୁ ସରକାରଙ୍କ କୋଭିଡ-୧୯ ନିୟମ ପାଳନ କରି  ପ୍ରଦେଶ କଂଗ୍ରେସ କମିଟି ର ନିର୍ଦ୍ଦେଶ କ୍ରମେ ଭାରତ ର ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ଵର୍ଗତ ଇନ୍ଦିରା ଗାନ୍ଧୀ ଙ୍କ ବଳିଦାନ ଦିବସ ଅବସର ସାରା ରାଜ୍ୟ ରେ କିଶାନ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଥିବା ବେଳେ ଆଜି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍ କଂଗ୍ରେସ କମିଟି ତରଫରୁ  କେନ୍ଦ୍ର ସରକାର ଙ୍କ କୃଷି ବିଲ୍ କୁ ବିରୋଧ କରି ଏକ ଶୋଭାଯାତ୍ରା ରେ କର୍ମୀ ମାନେ ସହର ପରିକ୍ରମା କରିବା ସହ ବ୍ଲକ୍ କାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହା ପରେ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସ୍ଥାନୀୟ ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ  ପଦ୍ମନାଭ ତ୍ରିପାଠୀ ଙ୍କୁ ପ୍ରଦାନ କରାଯାଇଥିଲା | ଏଥିରେ ବ୍ଲକ ଅଧ୍ୟକ୍ଷ ବଂଶୀଧର ମାଝୀ, ଜିଲା ସମ୍ପାଦକ ପ୍ରକାଶ ଚନ୍ଦ୍ର ପଣ୍ଡା, ବାବି ଜେନା, ସମସ୍ତ ସରପଞ୍ଚ, ସମିତି ସଭ୍ୟା ସଭ୍ୟ ଓ କର୍ମୀମାନେ  ଯୋଗ ଦେଇଥିଲେ |                                                                                                                                                                                     

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here