ଅଜଣା ମହିଳାଙ୍କ ଶବ ଉଦ୍ଧାର , ହତ୍ୟା ଆଶଙ୍କା :

ବଢିବାରେ ଲାଗିଛି ବ୍ୟଭିଚାର , ଜାରି ରହିଛି ମହିଳାଙ୍କ ଉପରେ ଅତ୍ୟାଚାର । ଏଭଳି ଏକ ଘଟଣା ଘଟିଛି ବନ୍ଧମୁଣ୍ଡା ଓ ବିଶ୍ରା ନିକଟରେ ।

ରାଉରକେଲା ସ୍ଥିତ ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ବିଶ୍ରା ନିକଟସ୍ତ ମଙ୍ଗଲ ବଜାର ଛକ ନିକଟ ରାସ୍ତା କଡରୁ ଜନୈକା ଅଜଣା ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଛି । କୌଣସି ସ୍ଥାନରେ ଦୁଷ୍କର୍ମ ସହ ହତ୍ୟା କରି ଏଠାରେ ଆଣି ଫୋପାଡି ଦେଇଥିବା ଆଶଙ୍କା କରାଯାଉଛି । ମୃତା ମହିଳାଙ୍କ ବୟସ ୫୦ ରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି । ଅଜଣା ମୃତା ମହିଳାଙ୍କର ଶବ ଉଦ୍ଧାର କରି ବ୍ୟବଛେଦ ପରେ ଆରଜିଏଚ ଶବ ଗୃହରେ ରଖାଯାଇଛି । ବନ୍ଧମୁଣ୍ଡା ଥାନା ପୋଲିଶ ଅଜଣା ମହିଳାଙ୍କର ପରିଚୟ ଖୋଜୁଛି ଏବଂ ତଦନ୍ତ ମଧ୍ୟ ଜାରି ରଖିଛି । ତେଣୁ ଯେ କେହି ବି ଏହି ମୃତା ଅଜଣା ମହିଳାଙ୍କର ପରିଚୟ ପାଇଲେ ସଙ୍ଗେ ସଙ୍ଗେ ବନ୍ଧମୁଣ୍ଡା ଥାନାରେ ଜଣାଇବାକୁ ଥାନା ଅଧିକାରୀ ଅନୁରୋଧ କରିଛନ୍ତି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here