ଡାବୁଗାଁରେ ସମୀକ୍ଷା କଲେ ଜାତୀୟ ସ୍ତରୀୟ ସମୀକ୍ଷକ ଦଳ

ଡାବୁଗାଁ, ୩୧/୧୦ ଶୁକ୍ରବାର ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକକୁ ଜାତୀୟ ସ୍ତରୀୟ ସମୀକ୍ଷକ ଦଳ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ସମୀକ୍ଷା କରିଛନ୍ତି |  ଜାତୀୟ ସମୀକ୍ଷକ ଦଳର ଶ୍ରୀନିବାସ ରେଡ୍ଡୀଙ୍କ ନେତୃତ୍ଵରେ ୨ ଜଣିଆ ଦଳ ଡାବୁଗାଁ ବ୍ଲକର ଘୋଡାଖୁଣ୍ଟା, ଜୁନାପାଣି ଓ ଚଚରାଗୁଡା ପଞ୍ଚାୟତର ବିଭିନ୍ନ ଉନ୍ନୟନ ଏମଜିଏନଆରଇଜିଏସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜାତୀୟ ପେନସନ ଯୋଜନା, ସ୍ଵୟଂ ସହାୟକ ଗୋଷ୍ଠୀ ଯୋଜନା, ଗ୍ରାମ୍ୟ ଉନ୍ନୟନ, ବନ ବିଭାଗ, ଉଦ୍ୟାନ ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ ଇତ୍ୟାଦି ଯୋଜନା ଗୁଡିକରେ ଉନ୍ନୟନ ମୂଳକ କାର୍ଯ୍ୟର ପରିଦର୍ଶନ ଏବଂ ସମୀକ୍ଷା କରିଥିଲେ | ଏହାସହ ଉକ୍ତ ଯୋଜନା ଗୁଡିକର ହିତାଧିକାରୀ ମାନଙ୍କ ସହିତ ବାର୍ତ୍ତାଳାପ କରିବା ସହ ଯୋଜନା ଗୁଡିକର ଉପକାରିତା ବିଷୟରେ ଆଲୋଚନା କରିଥିଲେ | ଉକ୍ତ ସମୀକ୍ଷକ ଦଳକୁ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର କାର୍ଯ୍ୟକାରୀ ଅଧିକାରୀ ରାଜେଶ ପଟ୍ଟନାୟକ, ଡାବୁଗାଁ ଭାରପ୍ରାପ୍ତ ବିଡିଓ ପଦ୍ମନାଭ ତ୍ରିପାଠୀ, ସହକାରୀ ଯନ୍ତ୍ରୀ ବିଜୟ କୁମାର ସିଂ, ସିଡିପିଓ ଯମୁନା ଭତ୍ରା, ମିଶନଶକ୍ତି ସଂଯୋଜିକା ରୋଜାଲିନି ପ୍ରଧାନ, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ବନବାସ ନାୟକ, ସମସ୍ତ କନିଷ୍ଠ ଯନ୍ତ୍ରୀ ଓ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ  I 

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here