ଝୁରିମାଲ ବନ ସୁରକ୍ଷା ସମିତି ଦ୍ୱାରା ଯୁଗନ୍ତ ପଦକ୍ଷେପ, ଓଡ଼ିଶା ରେ ପ୍ରଥମ :

ଟାଙ୍ଗର ପାଲି ବ୍ଲକ ଅନ୍ତର୍ଗତ ଝୁରିମାଲ ଗ୍ରାମରେ ୧୬୮ପରିବାର ବସବାସ କରନ୍ତି। ବିଗତ ୧୯୯୪ ମସିହାରୁ ବନସୁରକ୍ଷା ସମିତି ଗଠନ କରି ଉଜୁଡା ଜଙ୍ଗଲର ସୁରକ୍ଷା ସ୍ବତ ପ୍ରବୃତ ଭାବରେ କରୁଥିବାବେଳେ ବନବିଭାଗ ତରଫରୁ ୨୦୧୭ ମସିହାରେ ଯୁଗ୍ମ ବନ ପରିଚାଳନା ନିମନ୍ତେ ସରକାରୀ ସ୍ୱୀକୃତ ଲାଭ କରିଥିଲା।ତାଙ୍କ ଉଦ୍ୟମ ଏକ ଉଧାହରଣ ସୃଷ୍ଟି କରିପାରିଛି।ଉଜଳପୁର ରେଞ୍ଜ ଅଧୀନରେ ଥିବା ୩୦ଗୋଟି ବନସୁରକ୍ଷା କମିଟିରୁ ଅନନ୍ୟା।ଉକ୍ତ ବନସୁରକ୍ଷା ସମିତି ସମସ୍ତଙ୍କ ପ୍ରେରଣାରେ କିଭଳି ହୋଇ ପାରିବ ସେ ନିମନ୍ତେ ଶ୍ରୀଯୁକ୍ତ ଦିଗାମ୍ବର ଉପାଧ୍ୟାୟ ଓ ସୁବ୍ରତ ପଟେଲଙ୍କ ଉଦ୍ୟମରେ ଏକ ୱେବ ସାଇଡ ଖୋଲା ଯାଇଛି ଯାହାକି ଓଡ଼ିଶାର ତୃଣମୂଳ ସ୍ତରରେ ପ୍ରଥମ ।ଭିଡ଼ିଓ କଂଫୋରେନ୍ସ ମାଧ୍ୟମରେ ସୁନ୍ଦରଗଡ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ କାଳୁଙ୍ଗେ ଗୋରେଖ ୱାମେନ ଉନ୍ମୋଚନ କରିଥିବା ବେଳେ,ୱାଡ଼ମେମ୍ବର  ଦିଲ୍ଲୀପ ପଟେଲ ସ୍ୱାଗତ ଭାଷଣ ଦେଇଥିଲେ।ଦିଗାମ୍ବର ଉପାଧ୍ୟାୟ ତାଙ୍କ ବକ୍ତବ୍ୟ ପ୍ରଦାନ କରି କହିଲେ ସାମାଜିକ ସହଭାଗୀତ,ସ୍ୱଚ୍ଛତା ଓ ଉତ୍ତର ଦାଇତ୍ଵକୁ ବଜାଇ ରଖିବା ନିମନ୍ତେ ଏହା ଏକ ଐତିହାସିକ ପଦକ୍ଷେପ।ଏହାକୁ ପ୍ରଥମ ବନସୁରକ୍ଷା ଇତିବୃତି ହେବା ପରେ,କାହାଣୀ କୁ ସାର୍ବଜନୀନ କରିବା ମୁଲଲକ୍ଷ।

ଫରେଷ୍ଟର ସଂଗ୍ରାମ କିଶୋର ମଣିହୀରା, ଫରେଷ୍ଟ ଗାର୍ଡ ତୃଷ୍ନା ନାୟକ,ସହକାରୀ ବନ ସଂରକ୍ଷକ ଦିବାକର ବେହେରା ଉପସ୍ଥିତ ରହି ଜଙ୍ଗଲ ସୁରକ୍ଷା, ଆୟଭିତିକ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ।ସେବକ ସ୍ବେଛାସେବୀ ଅନୁଷ୍ଠାନର ଅଧକ୍ଷ ଅମୀୟ କାନ୍ତ ନାୟକ,ଫାଇନାନ୍ସ ମେନେଜର ନିଳାମ୍ବର ଉପାଧ୍ୟାୟ ଏହା ତୃଣମୂଳ ସ୍ତରର ପ୍ରଥମ ୱେବ ସାଇଡ ହୋଇଥିବାରୁ ଭୁୟସୀ ପ୍ରଶଂସା କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ହେମାନନ୍ଦ ସେଠି, ଉଦିତ ପଟେଲ,ରେଖା ନାୟକ,ରାଧେଶ୍ୟାମ ପଟେଲ,ଶ୍ରବଣ ନାୟକ ପ୍ରମୁଖ ପରିଚାଳନା କରିଥିଲେ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here