ଧାରୁଆ ଅସ୍ତ୍ରରେ ସଂଗବଧ ଆକ୍ରମଣ ରେ ଜଣେ ମୃତ, ଅନ୍ୟ ଜଣେ ଗୁରୁତର , କାରଣ ଅସ୍ପଷ୍ଟ :

କୈ।ଣସି କାରଣ କୁ ନେଇ ଦୁଇ ଜଣ ଯୁବକଙ୍କୁ ସଂଗବଧ ଆକ୍ରମଣ ହୋଇଛି। ଫଳରେ ଜଣେ ଯୁବକ ମୃତୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି। ଗୁରୁତର ଯୁବକଙ୍କୁ ରାଉଲକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତି କରାଯାଇଛି। ମୃତକଙ୍କ ନାମ ସାଗର ରାୟ ହୋଇଥିବା ବେଳେ ପ୍ରକାଶ ସେଠୀ ଗୁରୁତର ଅଛନ୍ତି।

ପ୍ଲାଣ୍ଟ ସାଇଟ ଥାନା ଅନ୍ତର୍ଗତ ଟ୍ରାଫିକ ମାର୍କେଟ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ସାଗର ଓ ପ୍ରକାଶ ଙ୍କ ଉପରକୁ କିଛି ଦୁର୍ବୃତ ମାନେ ଧାରୁଆ ଅସ୍ତ୍ରରେ ସଂଗବଦ୍ଧ ଭାବେ ଆକ୍ରମଣ କରି ଥିଲେ। ଫଳରେ ଦୁଇ ଜଣ ଗୁରୁତର ହୋଇ ଥିଲେ। ପୋଲିଶ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଗୁରୁତର ଙ୍କୁ ଉଦ୍ଧାର କରି ରାଉଲକେଲା ସରକାରୀ ଡାକ୍ତରଖାନା କୁ ପଠାଇ ଥିଲା। ହେଲେ ଡ଼ାକ୍ତରଖାନା ରେ ସାଗରଙ୍କୁ ଡାକ୍ତର ମୃତ ଘୋଷଣା କରି ଥିଲେ। ଅନ୍ୟ ପଟେ ଘଟଣା କଣ ପାଇଁ ଘଟିଛି ତାହା ସ୍ପଷ୍ଟ ହୋଇ ପାରିନି। ପୋଲିଶ ଘଟଣା କୁ ନେଇ ତଦନ୍ତ ଜାରି ରଖିଛି। ମୃତକ ଓ ଗୁରୁତର ଙ୍କ ନାମରେ ରାଉଲକେଲା ଜିଲ୍ଲା ପୋଲିଶ ଅଧୀନରେ ଥିବା ବିଭିନ୍ନ ଥାନା ରେ ଅନେକ ଅପରାଧିକ ମାମଲା ରହିଥିବା ସୂଚନା ରହିଛି।

ପଶ୍ଚିମ ଓଡ଼ିଶା ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here