ବିହାରରେ ଆରମ୍ଭ ହେଲା ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ

ପାଟନା : ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆଜି ଆରମ୍ଭ ହୋଇଛି । ଆଜି ମୋଟ ୭୧ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯାଉଛି । ଏହି ପର୍ଯ୍ୟାୟ ପାଇଁ ମୋଟ ୨ କୋଟି ୧୫ ଲକ୍ଷ ଭୋଟର ଭୋଟ ଦେବେ । ସେମାନଙ୍କ ମଧ୍ୟରୁ ୧ କୋଟି ୧୨ ଲକ୍ଷ ପୁରୁଷ ଥିବାବେଳେ ୧ କୋଟି ମହିଳା ଭୋଟର ଅଛନ୍ତି । ଏହା ସହିତ ୫୯୯ ଜଣ ତୃତୀୟ ଲିଙ୍ଗର ଭୋଟର ଅଛନ୍ତି । ଏହି ପର୍ଯ୍ୟାୟ ନିର୍ବାଚନ ପାଇଁ ୯୫୨ ଜଣ ପୁରୁଷ ଓ ୧୧୪ ଜଣ ମହିଳା ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ନିର୍ବାଚନ ପୂର୍ବରୁ ଆଜି ଔରଙ୍ଗାବାଦ ଜିଲ୍ଲାରେ କେତେକ ଆଇଇଡି ଜବତ ହୋଇଛି । ଏହାପରେ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here