ରେମୋ ଡି’ସୁଜା ଏବଂ ତାଙ୍କ ପତ୍ନୀଙ୍କ ନାଁରେ ଠକେଇ ଅଭିଯୋଗ।

ମୁମ୍ବାଇ: ଉତ୍ତରପ୍ରଦେଶର ଗାଜିଆବାଦର ଏକ କୋର୍ଟରେ କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡି’ସୁଜା ଏବଂ ତାଙ୍କ ପତ୍ନୀଙ୍କ ନାଁରେ ଠକେଇ ଅଭିଯୋଗ। ଦୁହେଁ ଫିଲ୍ମ ନିର୍ମାଣ ପାଇଁ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ଜିଲ୍ଲାର ସିହାନି ଗେଟ୍ ପୋଲିସ ରେମୋ ଏବଂ ଲିଜେଲଙ୍କ ବିରୋଧରେ ଏକ ଚାର୍ଜସିଟ୍ ଉପସ୍ଥାପନ କରିଛି। ରେମୋ ଗାଜିଆବାଦରେ ରହୁଥିବା ସତ୍ୟେନ୍ଦ୍ର ତ୍ୟାଗିଙ୍କ ପାଖରୁ ପାଞ୍ଚ କୋଟି ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଫିଲ୍ମ ନିର୍ମାଣ ପାଇଁ ରେମୋ ସତ୍ୟେନ୍ଦ୍ରଙ୍କ ନିକଟରୁ ଟଙ୍କା ନେଇ ଫିଲ୍ମ ଶୁଟିଂ ପରେ ଟଙ୍କା ଫେରେଇଦେବେ ବୋଲି କହିଥିଲେ। କିନ୍ତୁ ଶୁଟିଂ ଶେଷ ହେବାପରେ ମଧ୍ୟ ସେ ଟଙ୍କା ଫେରେଇନଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସIରେ , ୨୦୧୩ ରେ ରେମୋ ଡି’ସୁଜା, ସତ୍ୟେନ୍ଦ୍ର ତ୍ୟାଗିଙ୍କଠାରୁ ଟଙ୍କା ନେଇ ଫିଲ୍ମ ନିର୍ମାଣ କରିଥିଲେ। ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ସେ ପାଞ୍ଚ କୋଟି ଟଙ୍କା ନେଇଥିଲେ। ତେବେ ସତ୍ୟେନ୍ଦ୍ର ରେମୋଙ୍କ ଘନିଷ୍ଠ ବନ୍ଧୁ। ସତ୍ୟନ୍ଦ୍ର ଅଭିଯୋଗ କରିଛନ୍ତି ଯେ, ରେମୋ ଡି’ସୁଜା ଏକ ବର୍ଷ ମଧ୍ୟରେ ଟଙ୍କା ଦୁଇଗୁଣ କରିବାକୁ ପ୍ରତିଶୃତି ଦେଇଥିଲେ।

ଯେତେବେଳେ ରେମୋ ଧାର୍ଯ୍ୟ ସମୟରେ ଟଙ୍କା ଫେରସ୍ତ କରିନଥିଲେ ସତ୍ୟେନ୍ଦ୍ର ସିହାନି ଗେଟ୍ ପୋଲିସ୍ ଷ୍ଟେସନ୍ ମାମଲା ରୁଜୁ କରିଥିଲେ। ୨୦୧୬ ରେ ରେମୋ ଡି’ସୁଜା ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ଠକେଇ ମାମଲା ଦାୟର କରାଯାଇଥିଲା। ବାରମ୍ବାର ଡାକିବା ସତ୍ତ୍ୱେ ରେମୋ ତାଙ୍କ ପକ୍ଷ ଉପସ୍ଥାପନ କରିବାକୁ ମନା କରିଦେଇଥିଲେ। ଏହା ପରେ କୋର୍ଟ ରେମୋଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରି ତାଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରେମୋ ଡି’ସୁଜା ଆହ୍ଲାବାଦ ହାଇକୋର୍ଟରୁ ଜାମିନ ଗ୍ରହଣ କରିଥିଲେ। ଏହା ପରେ କୋର୍ଟ ରେମୋଙ୍କୁ ଦେଶ ବାହାରକୁ ଯିବାକୁ ବାରଣ କରିଥିଲେ I

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here