ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ମାନସିକ, ଶାରୀରିକ ନିର୍ଯ୍ୟାତନା ଶେଷରେ ପ୍ରତାରଣା, ପରିବାର ଲୋକ ସାମିଲ :

ପୁ୍ନଶ୍ଚ ଏକ ପ୍ରତାରଣା ଘଟଣା ସାମ୍ନା କୁ ଆସିଛି I ପୁନର୍ବାର ଏକ ଝିଅ କୁ ବିବାହର ମିଛ ପ୍ରତିଶ୍ରୁତି ଦେଇ ନିଜ ଘରେ ବନ୍ଦି ଭାବେ ରଖି, ଜୋର୍ ଜବର୍ ଝିଅ ସହିତ ଶାରୀରିକ ସଂପର୍କ ରଖିବା ସହିତ ପରିବାର ବର୍ଗଙ୍କ ସମେତ ଅକଥନୀୟ ନିର୍ଯ୍ୟାତନା ଦେଉଥିଲେ l ଝିଅ ପ୍ରତିବାଦ କଲେ ବାଡ଼ିଆ ପିଟା ମଧ୍ୟ କରୁଥିଲେ l କୌଣସି ପ୍ରକାର କଥା ଝିଅର ବୁଝୁ ନ ଥିଲେ ପ୍ରତିବାଦ କଲେ ଘୋର ନିର୍ଯ୍ୟାତନା ଦିଆ ଯାଉଥିଲା l ଦୀର୍ଘ ଦିନ ଧରି ଏଭଳି ଅତ୍ୟାଚାର କରିବା ପରେ ଝିଅଟି ଉତ୍ କ୍ଷୀପ୍ତ ହୋଇ ଯୁବକ ଘରୁ ଲୁଚି ପଳେଇ ଆସିଥିଲା ନିଜ ଘରକୁ l ଏଭଳି ଏକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ବାର୍ତ୍ତାଗୁଟୁ ଗ୍ରାମରେ l ବାର୍ତ୍ତା ଗୁଟୁ ଗ୍ରାମର ଜନୈକା ଝିଅ କୁ ସେହି ଗାଁର ଯୁବକ ରଞ୍ଜିତ ବଡାଇକ୍ ବିବାହର ମିଛ ପ୍ରତିଶ୍ରୁତି ଦେଇ ଝିଅକୁ ନେଇ ଯାଇଥିଲା ନିଜ ଘରକୁ I ଘରକୁ ନେଇ କବାଟରେ ଶିକୁଳୀ ଲଗାଇ ବନ୍ଦି ଭାବେ ରଖୁଥିଲା I କେବେ କେବେ ଦେହ ଖରାପ ହେଲେ ଔଷଧ ଦେବାତ ଦୂରର କଥା ଆଡ ଆଖିରେ ମଧ୍ୟ ଚାହୁଁ ନ ଥିଲା l ଖାଇବାକୁ ମଧ୍ୟ ସଠିକ ସମୟରେ ଦେଉ ନ ଥିଲେ l ଝିଅ ନିଜ ଘରକୁ ଚାଲି ଆସି ନିଜ ମା ଆଗରେ ପ୍ରତାରଣା ବିଷୟରେ ସମସ୍ତ ଘଟଣା ବିଷୟରେ ଅବଗତ କରାଇବାପରେ ପ୍ରଥମେ ତାଙ୍କର ମା ଡାକ୍ତରୀ ଚିକିତ୍ସା କରାଇଥିଲେ  । ଚିକିତ୍ସା ପରେ ଦୀର୍ଘ ୬ ମାସ ଧରି ଶାରୀରିକ ଓ ମାନସିକ ନିର୍ଯାତନା ସହ ଜୀବନରେ ମାରିଦେବାକୁ ଧମକ ଓ ପ୍ରତାରଣାକୁ ନେଇ ସମସ୍ତ ବିଷୟ ଲିଖିତ ଭାବେ କୁଆଁରମୁଣ୍ଡା ଫାଣ୍ଡି ରେ ଜଣାଇଥିଲେ I ଲିଖିତ ଅଭିଯୋଗ ପାଇବାପରେ ପୋଲିଶ ତଦନ୍ତ ଆରମ୍ଭ କରିଛି l ତଦନ୍ତ ପରିସରରେ ପ୍ରମାଣ ପାଇ ପୋଲିଶ ଉକ୍ତ ଯୁବକକୁ ପୋକ୍ସୋ ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରିଛି l ତତ୍ ସହିତ ଅଭିଯୋଗ କୁ ନେଇ ପୋଲିଶ ତଦନ୍ତ ଜାରି ରଖିଛି l

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here