ଛାତ୍ରୀ ପାଇଲେ ବ୍ଲାକ ବେଲ୍ଟ :

ବିରମିତ୍ରପୁର ପୌରାଞ୍ଚଳର ବାସୀନ୍ଦା ଜନୈକା ଛାତ୍ରୀ ତନିସା ଇନ୍ଦୁଆର ନିଜର ଓ ପରିବାର ତଥା ସାଙ୍ଗ ସାଥିଙ୍କ ସୁରକ୍ଷା ଚିନ୍ତା କରି ତାଇକାଣ୍ଡୋର ତାଲିମ ନେବାକୁ ଚିନ୍ତା କରି ତାଲିମ କେନ୍ଦ୍ରରେ ଯୋଗ ଦିଅନ୍ତି । ତାଙ୍କର ଶିଖିବାର ଓ ଆଗକୁ ବଢିବାର ଇଛ୍ଛା ତାଙ୍କୁ ଆଜି ଜଣେ ସଫଳ ଛାତ୍ରୀ ଭାବେ ଗଢି ତୋଳିଛି । ଇଣ୍ଡିଆନ ତାଇକାଣ୍ଡୋ ଇଉନିଅନର ସାଧାରଣ ସଂପାଦକ ୪ର୍ଥ ଡନ ବ୍ଲାକ ବେଲ୍ଟ ତଥା ଇଣ୍ଟରନେସନାଲ ଇନଷ୍ଟ୍ରକଟର ଓ ରେଫରୀ ମାଷ୍ଟର ମୁକେସ ସାହୁଙ୍କ ପ୍ରତ୍ୟକ୍ଷ ତତ୍ବା ବଧାନରେ ତାଲିମ ଗ୍ରହଣ କରି ଦୀର୍ଘ ତିନି ବର୍ଷର କଡା ତାଲିମ ପରେ ଉକ୍ତ ଛାତ୍ରୀ ତନିସା ଯୋଗ୍ୟ ବିବେଚିତ ହୋଇ ବ୍ଲାକ ବେଲ୍ଟ ପ୍ରାପ୍ତ କରିଛନ୍ତି । କୋକିଓନ ସାଉଥ କୋରିଆରୁ ଆସିଥିବା ବ୍ଲାକ ବେଲ୍ଟ ଓ ପ୍ରମାଣ ପତ୍ର ମାଷ୍ଟର ମୁକେଶଙ୍କ ଠାରୁ ଗ୍ରହଣ କରିଥିଲେ ଛାତ୍ରୀ ତନିସା ଇନ୍ଦୁଆର । ମାଷ୍ଟର ମୁକେଶଙ୍କ ଚିନ୍ତାଧାରା ଅଛି ଯେ ଭାରତର ପ୍ରତ୍ୟେକ ଝିଅ ତାଇକାଣ୍ଡୋ ତାଲିମରେ ସାମିଲ ହୋଇ ନିଜର ଓ ପରିବାରର ସୁରକ୍ଷା କରିବା ସହିତ ଅନ୍ୟ ମାନଙ୍କର ମଧ୍ୟ ସୁରକ୍ଷା କରିବା ପାଇଁ ସେମାନେ ମଧ୍ୟ ବ୍ଲାକ ବେଲ୍ଟ ଧାରୀ ହୁଅନ୍ତୁ । ଆଜି କାଲି ନାରୀ ମାନଙ୍କ ଉପରେ ଯେଉଁ ଭଳି ଭାବେ ଅତ୍ୟାଚାର ହେଉଛି ସେଥିର ପ୍ରତିକାର ସ୍ବରୂପ ପ୍ରତ୍ୟେକ ଛାତ୍ରୀ ବ୍ଲାକ ବେଲ୍ଟ ଧାରୀ ହେବା ପାଇଁ ଚେଷ୍ଟା କରନ୍ତୁ ବୋଲି ମତବ୍ୟକ୍ତ କରିଛନ୍ତି ମାଷ୍ଟର ମୁକେସ । ତନିସାଙ୍କର ବ୍ଲାକ ବେଲ୍ଟ ପାଇବା ପରେ ତାଇକାଣ୍ଡୋ ଇଉନିଅନ ତରଫରୁ ତାଙ୍କ ପାଖକୁ ସାରା ଭାରତରୁ ଅଭିନନ୍ଦନର ସୁଅ ଛୁଟୁଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here