ଆହ୍ୱାନ ପକ୍ଷରୁ ଡଃ ଅବିନାଶ ପରିଡାଙ୍କୁ ସମ୍ବର୍ଦ୍ଧନା ।

ଆଜି କେନ୍ଦ୍ରାପଡା ରିଡିଂରୁମ୍ ପରିସରରେ ଆହ୍ୱାନ ଏବଂ ବାଲିଯାତ୍ରା କମିଟି ତରଫରୁ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ରମଣୀ ରଞ୍ଜନ ରାଉତରାୟଙ୍କ ନେତୃତ୍ୱରେ ଏବଂ ଧୀରେନ୍ଦ୍ର ଦାସଙ୍କ ସଭାପତିତ୍ବରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ସମ୍ବର୍ଦ୍ଧନା ଉତ୍ସବରେ କେନ୍ଦ୍ରାପଡ଼ା ମାଟିର ସୁଯୋଗ୍ୟ ସନ୍ତାନ ତଥା ପରିବେଶବିତ୍ ଏବଂ ବୈଜ୍ଞାନିକ ଡଃ ଅବିନାଶ ପରିଡାଙ୍କୁ ତାଙ୍କର ଏକ ସ୍ୱତନ୍ତ୍ର ଉଦ୍ଭାବନ ଏବଂ ପରିକ୍ଷଣ ଯଥା-ପରିବେଶ ଓ ଜୈବ ବିବିଧତା ସମ୍ଭନ୍ଧୀୟ ବିରଳ ପ୍ରଜାତି ମାଙ୍କଡ ମାନଙ୍କର ସଂଖ୍ୟା ଓ ବାସସ୍ଥାନର ମୂଲ୍ୟାଙ୍କନ ଓ ସେମାନଙ୍କର ଖାଦ୍ୟ ଏବଂ ଜୀବନ ଶୈଳି ଉପରେ ଗବେଷଣା ପାଇଁ ପୁଷ୍ପଗୁଚ୍ଛ,ଉତ୍ତରୀୟ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ଅଧ୍ୟାପକ ଅଜୟ ସାମଲ,ବାବାଜୀ ଧଳ,ଆଇନଜିବୀ ବିଜୟ ପରିଡା,ଶିକ୍ଷକ ବସନ୍ତ ବାରିକ୍,ଅଧ୍ୟାପକ କ୍ଷୀରୋଦ କୁମାର ଖଟୁଆ,ପିତବାସ ଦାସ,ସମାଜସେବୀ ସତ୍ୟବ୍ରତ ସିଂ,ପ୍ରଦୀପ୍ତ ମୁଦୁଲି,ଆଇଜିବୀ ବିଜୟ ବେହେରା,AITUCର ନେତ୍ରୀ କ୍ରାନ୍ତିପ୍ରଭା ନାୟକ,ନନ୍ଦିନୀ ସ୍ୱାଇଁ, ହାଇକୋର୍ଟ ଆଇନଜିବୀ ଜ୍ୟାମିନୀକାନ୍ତ ଭୂୟାଁ,ଅଧ୍ୟାପକ ବାଦଲ ପରିଡା ଏବଂ କଣ୍ଠଶିଳ୍ପୀ ଗୋଲଖ ସେଠୀ ପ୍ରମୁଖ ଉପସ୍ଥିତ ରହି ସମସ୍ତ ସାହାଯ୍ୟ ସହଯୋଗ କରିଥିବା ବେଳେ ଆଦିକନ୍ଦ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here