ଯୋରଧରିଲା ତିର୍ତ୍ତୋଲ ଉପନିର୍ବାଚନୀ ପ୍ରଚାର ।

ଆଗକୁ ରହିଛି ତ୍ରିର୍ତ୍ତୋଲ ଉପନିର୍ବାଚନ । ଆସନ୍ତା ୩ତାରିଖରେ  ହେବାକୁ ଯାଉଛି ଭୋଟ୍ ଗ୍ରହଣ । ସବୁ ଦଳର ହେବି ୱେଟ୍ ନେତାଙ୍କ ଭିଡ ଜମିଛି ତ୍ରିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ । ରାଜ୍ୟର ସବୁ ଜିଲ୍ଲାରୁ ବିଭିନ୍ନ ନେତା ମନ୍ତ୍ରୀ ସେଠାରେ ଡେରା ପକାଇଥିବା ଦେଖିବାକୁ ମିଳିଛି । ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ବିଧାୟକ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ନିର୍ବାଚନୀ ପ୍ରଚାର ପାଇଁ ଦାଇତ୍ଵ ବଣ୍ଟା ଯିବାପରେ ବହୁ ଛୋଟବଡ ନେତା ଏବଂ କର୍ମୀଙ୍କ ଭିଡ ଜମିଛି ତ୍ରିର୍ତ୍ତୋଲଠାରେ । କିଛି ଦିନ ହେବ ତ୍ରିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ପ୍ରଚାରରେ ଗଗନ ପବନ ପ୍ରକମ୍ପିତ ହେଇ ଉଠୁଥିବା ଦେଖିବାକୁ ମିଳିଛି । ତ୍ରିର୍ତ୍ତୋଲ ଗରାମ୍ ଗ୍ରାମ ପଞ୍ଚାୟତର ଖଣ୍ଡକପାଳ ଗ୍ରାମର ୨-ନଂ-ୱାର୍ଡରେ ପ୍ରାୟ ୬ଟି ମହିଳା ମଣ୍ଡଳର ସଦସ୍ୟା ଓ ସଦସ୍ୟା ମାନଙ୍କୁ ନେଇ କେନ୍ଦ୍ରାପଡା ପୌରାଞ୍ଚଳର ପୂର୍ବତନ କାଉଁନସିଲର ଶ୍ରୀଯୁକ୍ତ ହିରଣ୍ୟ କୁମାର ପଣ୍ଡା ପର୍ଯ୍ୟବେକ୍ଷକ ଦାଇତ୍ଵରେ ରହି ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ପ୍ରିୟଦର୍ଶିନୀ ବିଶ୍ୱାଳଙ୍କ ସହିତ ବିଭିନ୍ନ ସ୍ଥାନ ବା ଅଞ୍ଚଳକୁ ଗ୍ରସ୍ଥକରିବା ପରେ ପୂର୍ବତନ କାଉନ୍ସିଲର ଗୋପାଳ ମହାପାତ୍ର, ପୂର୍ବତନ ସରପଞ୍ଚ କିଶୋର କୁମାର ସାହୁ ଏବଂ ସ୍ଥାନୀୟ ନାରୀନେତ୍ରୀ ଓ ଅନ୍ୟାନ୍ୟ କର୍ମୀମାନଙ୍କ ସାହାଯ୍ୟ ସହଯୋଗ କ୍ରମେ ମହିଳା ସଶକ୍ତିକରଣ ଓ ଦଳୀୟ କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା ମାନଙ୍କୁ ଏକଯୁଟ୍ କରି ପଥପ୍ରାନ୍ତ ସଭା ମାଧ୍ୟମରେ ଜନସଚେତନତା କରିବା ସହିତ ଘରର, ଗାଁ ଗାଁ ଏବଂ ସାହିସାହି ବୁଲି ପୁସିଂ କାର୍ଡ ବାଣ୍ଟିବା ଠାରୁ ଆରମ୍ଭ କରି ବିଜେଡି ଦଳିୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଏବଂ ଭୋଟ୍ ଭିକ୍ଷା କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here