ଗୃହବନ୍ଦୀରୁ ମୁକ୍ତି ପାଇଲେ ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟିର ପ୍ରମୁଖ ମେହବୁବା ମୁଫତି ୧୪ ମାସ ପରେ ଶେଷରେ ଗୃହବନ୍ଦୀରୁ ମୁକ୍ତ ହୋଇଛନ୍ତି । କିନ୍ତୁ ସେ ଏଥିରୁ ମୁକୁଳିବା ପରେ ସଂଘର୍ଷ ଜାରି ରଖିବାକୁ ଘୋଷଣା କରିଛନ୍ତି । ଜନ ସୁରକ୍ଷା ଆଇନ ଅନୁସାରେ ଗୃହରେ ଅଟକ ଥିବା ମୁଫତିଙ୍କୁ ମଙ୍ଗଳବାର ରାତି ଗୃହବନ୍ଦୀରୁ ଛଡ଼ା ଯାଇଛି । ସେ ଟୁଇଟ କରି ଧାରା ୩୭୦ ଉଚ୍ଛେଦକୁ କଳା ନିଷ୍ପତ୍ତି କହିଛନ୍ତି । ଏଥି ସହିତ ସେ କହିଛନ୍ତି ଯେ, କଶ୍ମୀର ସଂଘର୍ଷ ଜାରି ରଖିବ ।

ମେହବୁବା ମୁଫତି ଟୁଇଟରେ ସେୟାର କରିଥିବା ବାର୍ତ୍ତାରେ କହିଛନ୍ତି, ମୁଁ ଆଜି ୧ ବର୍ଷରୁ ଅଧିକ ସମୟ ପରେ ମୁକୁଳିଛି । ୨୦୧୯ ଅଗଷ୍ଟ ୫ରେ ହୋଇଥିବା କଳା ନିଷ୍ପତ୍ତି ମୋର ହୃଦୟରେ ଯୁଦ୍ଧ ଭଳି ପରସ୍ଥିତି ସୃଷ୍ଟି କରିଛି । ମୋର ଆଶା ଯେ, ଜମ୍ମୁ କଶ୍ମୀର ଲୋକେ ମୋ ସହିତ ରହିବେ । ଏହିଦିନକୁ କେହି ବି ଭୁଲିପାରିବେ ନାହିଁ । 

ଉଲ୍ଲେଖଯୋଗ୍ୟ, ଗତ ପ୍ରାୟ ଏକ ବର୍ଷରୁ ଅଧିକ ସମୟ ଧରି ଗୃହବନ୍ଦୀ ଥିବା ମେହବୁବା ମୁଫତିଙ୍କ ମୁକ୍ତି ଦାବି କରି ତାଙ୍କ ଝିଅ ଇଲତିଜା ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ। ଏହା ଉପରେ ଶୁଣାଣି କରି ସର୍ବୋଚ୍ଚ ଅଦାଲତ କେନ୍ଦ୍ରକୁ ପ୍ରଶ୍ନ କରିଥିଲେ ଯେ, କେନ୍ଦ୍ର ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ କେତେ ଦିନ ପର୍ଯ୍ୟନ୍ତ ଏବଂ କେଉଁ ଆଦେଶରେ ଅଟକ ରଖିବାକୁ ଚାହୁଁଛି। ୩୭୦ ଉଚ୍ଛେଦ ସହିତ ସତର୍କତାମୂଳକ ପିଏସଏ ଆଧାରରେ ୪୪୪ ଜଣଙ୍କୁ ଅଟକ ରଖାଯାଇଥିଲା। ଏଥିରେ ଅଧିକାଂଶ ଲୋକଙ୍କୁ ଏବେ ମୁକ୍ତ କରାଯାଇଛି। କିଛି ଲୋକଙ୍କୁ ଏହି ସର୍ତ୍ତରେ ମୁକ୍ତ କରାଯାଇଛି ଯେ, ସେମାନେ କୌଣସି ରାଜନୈତିକ ବୟାନ ଦେବେ ନାହିଁ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here