ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ପାଇଁ ବାଧ୍ୟତାମୂଳକ ନୁହେଁ ଆଧାର କାର୍ଡ଼

ନୂଆଦିଲ୍ଲୀ : ଜନ୍ମ ଏବଂ ମୃତ୍ୟୁ ପଞ୍ଜିକରଣ ନିମନ୍ତେ ବାଧ୍ୟତାମୂଳକ ନୁହେଁ ଆଧାର କାର୍ଡ଼। ଏ ସମ୍ପର୍କରେ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟୀକରଣ ମିଳିଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇ ସ୍ପଷ୍ଟ କରାଯାଇଛି ଯେ, ଦେଶରେ କେନ୍ଦ୍ରୀୟ ଆଇନ ରେଜିଷ୍ଟ୍ରେସନ ଅଫ ବାର୍ଥ ଆଣ୍ଡ ଡେଥ ୧୯୬୯ ଅନୁସାରେ ଜନ୍ମ ଏବଂ ମୃତ୍ୟୁ ପଞ୍ଜିକରଣ କରା ଯାଇଥାଏ। ଏହି ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଜନ୍ମ ଓ ମୃତ୍ୟୁର ପଞ୍ଜିକରଣ ହୋଇଥାଏ। ମାତ୍ର ଏଥିପାଇଁ ଆଧାର କାର୍ଡ଼ ବାଧ୍ୟତାମୂଳକ ବୋଲି କୌଣସି ଠାରେ ଉଲ୍ଲେଖ ନାହିଁ। 

ସୂଚନାଯୋଗ୍ୟ ଯେ, ୨୯, ସେପ୍ଟେମ୍ବର ୨୦୧୮ରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟରେ ଉଲ୍ଲେଖ ରହିଛି ଯେ, ସାଧାରଣ ଜନତାଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସ୍ଥାନୀୟ ପଞ୍ଜିକରଣ କର୍ତ୍ତୃପକ୍ଷଙ୍କୁ ସୂଚିତ କରାଯାଉଛି ଯେ, ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ପାଇଁ ଆଧାର କାର୍ଡ଼ ବାଧ୍ୟତାମୂଳକ ନୁହେଁ। ଅନ୍ୟ ପ୍ରମାଣପତ୍ର ପରି ଜଣେ ଚାହିଁଲେ ଇଚ୍ଛାଧୀନ ଭାବରେ ଆଧାର କାର୍ଡ଼କୁ ଦେଇ ପାରିବେ।  

Edited by

Amartya Anurag

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here