୨୦୨୧ ପ୍ରାରମ୍ଭରେ ଆସିବ କରୋନା ଭ୍ୟାକ୍ସିନ!!!

ନୂଆଦିଲ୍ଲୀ : ସମଗ୍ର ଦେଶବାସୀଙ୍କ ପାଇଁ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। କରୋନା ଭ୍ୟାକ୍ସିନକୁ ଅପେକ୍ଷା କରିଥିବା ଭାରତବାସୀଙ୍କ ପାଇଁ ଏବେ ଆଶ୍ୱସ୍ତିକର ଖବର ଘୋଷଣା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ହର୍ଷବର୍ଦ୍ଧନ। ଡ଼ଃ ହର୍ଷବର୍ଦ୍ଧନ କହିଛନ୍ତି ଯେ “ ଆସନ୍ତା ୨୦୨୧ ପ୍ରାରମ୍ଭରେ ଭାରତକୁ କରୋନା ଭ୍ୟାକ୍ସିନ ମିଳିବାର ସମ୍ଭାବନା ଅଛି। ଆସନ୍ତା ବର୍ଷ ପ୍ରାରମ୍ଭରେ ଏକରୁ ଅଧିକ ଉତ୍ସରୁ କରୋନା ଟୀକା ମିଳିବାର ଆଶା ରଖିଛୁ। ଆଗକୁ କିଭଳି ଟୀକା ବିତରଣକୁ ଠିକ ଭାବରେ ତୁଲାଯିବ, ସେ ନେଇ ବର୍ତ୍ତମାନ ବିଶେଷଜ୍ଞମାନେ ଯୋଜନା ପ୍ରସ୍ତୁତ କରିବାରେ ବ୍ୟସ୍ତ ରହୁଛନ୍ତି। ”

ସୂଚନାଯୋଗ୍ୟ ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପୁର୍ବରୁ ଘୋଷଣା କରିଥିଲା, ଆସନ୍ତା ୨୦୨୦ ଡିସେମ୍ବର କିମ୍ବା ୨୦୨୧ ପ୍ରାରମ୍ଭରେ କରୋନା ଟୀକା ପଞ୍ଜୀକରଣ ପାଇଁ ପ୍ରସ୍ତୁତ ହେବ। ଏହି ଘୋଷଣା ପରେ ହର୍ଷବର୍ଦ୍ଧନ ଟୀକା ବିକଶିତର ସମ୍ଭାବନା ରହିଛି ବୋଲି ଦେଶବାସୀଙ୍କ ନିମନ୍ତେ ଘୋଷଣା କରିଛନ୍ତି। ତେବେ କରୋନା ଭାଇରସ ପାଇଁ ଟୀକା ବାହାର କରିବାକୁ ପ୍ରାୟ ୪୦ ପ୍ରାର୍ଥୀ କ୍ଲିନିକାଲ ପରୀକ୍ଷଣର ବିଭିନ୍ନ ପର୍ଯ୍ୟାୟରେ ଅଛନ୍ତି ଓ ସେଥିମଧ୍ୟରୁ ୧୦ଟି ତୃତୀୟ ପର୍ଯ୍ୟାୟରେ ପହଞ୍ଚିଥିବାର ସୂଚନା ମିଳିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଗଣମାଧ୍ୟମରେ ପ୍ରକାଶ କରିଥିଲେ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here