ଅଟଳ ଟନେଲ କୁ ନେଇ ନୁଆ ବିବାଦ !!

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶ କଂଗ୍ରେସ ଦଳ ଅଟଳ ଟନେଲ ରେ ଶିଳାନ୍ୟାସ ହୋଇଥିବା ପଥରରୁ ସୋନିଆ ଗାନ୍ଧୀଙ୍କ ନାମ ହଟାଯିବା ଘଟଣା ରେ ରାଜ୍ୟ ବ୍ୟାପୀ ବିରୋଧ କରାଯାଇଛି। ଏହି ମାମଲାରେ ପୋଲିସ ରେ ମଧ୍ୟ ମାମଲା ରୁଜୁ କରାଯାଇଛି। ୯ କିଲୋମିଟର ଲମ୍ବା ସୁଡଙ୍ଗର ଉଦଘାଟନ କରିଥିଲେ ନରେନ୍ଦ୍ର ମୋଦି ଚଳିତ ମାସ ୩ ତାରିଖ ଦିନ।

କଂଗ୍ରେସର କହିବା କଥା ଯେ ୨୦୧୦ ମସିହା ଜୁନ ୨୮ ତାରିଖରେ ଧୁଣ୍ଡିର ରେହାତାଙ୍ଗ ଟନଲ ପ୍ରୋଜେକ୍ଟ ପାର୍ଟି ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଶିଳାନ୍ୟାସ କରିଥିଲେ। ଲାହୌଲ ଓ ସ୍ପୀତୀ କଂଗ୍ରେସ ଅଧ୍ୟକ୍ଷ ଗ୍ୟାଲୋଚନ ଠାକୁର ପୋଲିସ ଷ୍ଟେସନରେ ଏତଲା ଦେଇଛନ୍ତି। ଠାକୁରଙ୍କ ମୁତାବକ ଶିଳ୍ୟାନସ ପଥର ହଟେଇବା ଲୋକତନ୍ତ୍ର ର ତଣ୍ଟି ଯିବା ସହ ସମାନ।

ଏହା ବିଜେପିର ଏକ ଷଡଯନ୍ତ୍ର। କଂଗ୍ରେସ ଦାବି କରିଛନ୍ତି ଯେ ଯଦି ୧୫ ଦିନ ଭିତରେ ଉକ୍ତ ଶିଳାନ୍ୟାସ ପଥର ସଠିକ ଜାଗାରେ ରଖା ନ ଯିବ ତେବେ ରାଜ୍ୟ ଭରି ପ୍ରଦର୍ଶନ ଆରମ୍ଭ ହେବ। ଏ ନେଇ ହିମାଚଳ ପ୍ରଦେଶର କଂଗ୍ରେସ ପ୍ରମୁଖ କୁଲଦୀପ ରାଠୋର ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here