ଲକ୍ଷ୍ମୀପୁର ତହସିଲଦାରଙ୍କ ଅବହେଳା ଯୋଗୁଁ ଛାତ୍ର ଛାତ୍ରୀଙ୍କୁ ମିଲିପାରୁନାହିଁ ପ୍ରମାଣ ପତ୍ର।

 କୋରାପୁଟ: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକର ତହସିଲଦାରଙ୍କ ଖାମଖିଆଲ ନୀତି ଯୋଗୁଁ  ଛାତ୍ର ଛାତ୍ରୀ ମାନେ ନାହଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।ବର୍ତ୍ତମାନ  କଲେଜ୍ ଜଇନ୍  ସମୟ । ପିଲାମାନଙ୍କ ଜଇନ୍ ତାରିଖ ଘଷଣା କରାଯାଇଛି । ଶେଷ ତାରିଖ ଏତିକ୍ରମ କରିଯାଉଛି । କିଏ ତ ଯୁକ୍ତ ଦୁଇ ଓ ଅନ୍ୟ କେହି ଡିପ୍ଲୋମାରେ ଜଇନ୍ କରିବାରଅଛି । ଛାତ୍ର ଛାତ୍ରୀ ମାନେ ଲକ୍ଷ୍ମୀପୁର ତହସିଲକୁ ଦଉଡି ଦଉଡି ହଇରାଣ ହେଉଛନ୍ତି । କରନା ସମୟରେ ରୋଜଗାର ପନ୍ଥା ହରାଇ ବସିଛନ୍ତି । ଏପରିକି ସମୟରେ ଲକ୍ଷ୍ମୀପୁର ତହସିଲଦାର କୁମାରୀ ମଧୁସ୍ମିତା ପମେଲାକରଙ୍କର ଦାଇତ୍ୱ ହୀନତା ଯୋଗୁଁ ଛାତ୍ର ଛାତ୍ରୀ ମାନେ ନାହିଁ ନ ଥିବା ଅସୁବିଧାର ସମୁଖୀନ ହେଉଛନ୍ତି ।

ଅଭିଭାବକ ମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଠାରେ ଫାଇପ୍  ଟି କିପରି କାର୍ଯ୍ୟକରୁଛି ତାହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି । ସରକାରୀ ନିୟମ ଅନୁସାରେ ଜାତିଗତ ପ୍ରମାଣ ପତ୍ର ପାଇଁ ତିରିଶି ଦିନ ପୁଣି ରୋଜଗାର ଓ ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର ପାଇଁ ପନ୍ଦରଦିନ ଧାର୍ଯ୍ୟ କରା ଯାଇଛି । ଏହା ବଦଳରେ ଲଷ୍ମୀପର ତହସିଲ କାର୍ଯ୍ୟାଳୟ ରେ ମାସେମାସେ ଧରି ଏହି ପ୍ରମାଣପତ୍ର ନଦେଇ ପିଲାମାନଙ୍କୁ ବୁଲାଉ ଥିବାର ଛାତ୍ରଛାତ୍ରୀ ମାନେ ପ୍ରକାଶ କରିଛନ୍ତି । ଖାଲି ସେତିକି ନୁହେଁ  ହିତାଧିକାରୀଙ୍କୁ ପଟାଦେବାରେ ମଧ୍ୟ ବିଳମ୍ବ ହେଉଥିବା ଜଣା ପଡ଼ିଛି  । କାର୍ଯ୍ୟାଳୟରେ  ନରହି ବେଶି  ସମୟ ନିଜବସାରେ ରହୁଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି । ତେଣୁ ଏଥିପ୍ରତି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷ କରିବା ସହ ତୁରନ୍ତ ପଦକ୍ଷେପ ନେବା ପାଇଁ ସାଧାରଣରେ ଚର୍ଚ୍ଚା ହେଉଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here