ସରକାରଙ୍କ ଦ୍ରୁଷ୍ଟି ଆଢୁଆଳରେ ଢଳତଙ୍ଗଗଡ଼ ଜଙ୍ଗଲ : ହରିଣଙ୍କ ଉପଦ୍ରବ ବନବିଭାଗ ନୀରବ ଦ୍ରଷ୍ଟା

ଜଗତସିଂହପୁର:(27/9/20) ଜଗତସିଂହପୁର ଜିଲ୍ଲାର ଏକମାତ୍ର ସଂଗ୍ରକ୍ଷିତ  ପ୍ରାକୃତିକ ଜଙ୍ଗଲଟି ରଘୁନାଥପୁର ବ୍ଲକର  ଏରଡଙ୍ଗା,ରେଢୁଆ,ତଅରା ଓ ପୁରୁନାବସନ୍ତା  ପଞ୍ଚାୟତର ସୀମା ମଧ୍ୟସ୍ଥଳରେ ୨୮୦ ଏକର ବିଶିଷ୍ଟ ।ଏଥିରେ ଔଷଧ ଜାତୀୟ ବୃକ୍ଷ ଠାରୁ ଆରମ୍ଭ କରି ମୂଲ୍ୟବାନ ବୃକ୍ଷ ପ୍ରଯ୍ୟାପ୍ତ ପରିମାଣର ଥିଲା । ବନବିଭାଗ ଓ ଜିଲ୍ଲା ପ୍ରଶାସନର ଅଣଦେଖା ପାଇଁ ଶ୍ରୀହୀନ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି ।     ଧଳତଙ୍ଗ ଗଡ ଜଙ୍ଗଲରେ ବହୁ ବନ୍ୟଜନ୍ତୁ ହ୍ରାସ ପାଇଥିବାବେଳେ  ହରିଣଙ୍କ ସଂଖ୍ୟା ପୂର୍ବାପେକ୍ଷା ଢେର ବଢିଛି ।  ହେଲେ ଜଙ୍ଗଲରେ ଚାରଣ ଭୂମି ଓ ପିଇବା ପାଣିର ସୁବିଧା ନଥିବାରୁ ହରିଣ ନିକଟସ୍ଥ ଗ୍ରାମର ଲୋକଙ୍କ ବିଲ ବାଡିରେ ପଶିଯାଉଛନ୍ତି। ଧାନ,ମୁଗ,ବିରି,ପନି ପରିବା ଫସଲ ଖାଇ ନଷ୍ଟ କରୁଥିବା  ଗୋପାଳପୁର,କାକୁଡିଆ,ତଅଁରା ଓ ପୀତାମ୍ବରପୁର ସମେତ ୫ରୁ ୬କିଲୋମିଟର ପଯ୍ୟନ୍ତ ଫସଲ ବିଲରେ ପଶି ନଷ୍ଟ କରିଥାନ୍ତି । ଧାନ ବିଲରେ ଚାଷୀ ଜାଲ ଘେରାଇଛି।ଫସଲ କିଆରୀକୁ ବାଡାବନ୍ଦୀ କରିଛି । ତଥାପି ହରିଣଙ୍କ ଠାରୁ ନିସ୍ତାର ମିଳୁନି। ଜାଲ ଚିରି,ବାଡ ଡେଇଁ ହରିଣ ପଲ ଫସଲ ଖାଇ ଯାଉଛନ୍ତି । ଫରେଷ୍ଟ ଗାର୍ଡ ଙ୍କ କ୍ବାଟର ପାଖକୁ ବନ ବିଭାଗ ହରିଣଙ୍କ  ପାଇଁ ସିମିତ ସ୍ଥାନରେ ଘାସ  ଲଗାଇଥିବା ଦେଖିବାକୁ ମିଳିଥିଲା । ଯାହାକି ଧଳତଙ୍ଗ  ଗଡ ଜଙ୍ଗଲରେ ଥିବା ହରିଣ ଙ୍କ ପାଇଁ ଯଥେଷ୍ଟ ନୁହେଁ । ଏହି ଜଙ୍ଗଲରେ ତାରବାଡର ବ୍ୟବସ୍ଥା ନାହିଁ । ନୀରିହ ବନ୍ୟ ଜୀବ ହରିଣ ର ସୁରକ୍ଷା ପାଇଁ ଆବଶ୍ୟକ ସଂଖ୍ୟକ ଷ୍ଟାଫ୍ କିମ୍ବା ଆନୁଷଙ୍ଗିକ ବ୍ୟବସ୍ଥା ଏଠାରେ ନାହିଁ କହିଲେ ଚଳେ ।  ଖରାଦିନେ ଯିବଜନ୍ତୁ ମାନଙ୍କ ପାଇଁ ପାଣି ଓ ଖାଦ୍ୟପେୟ ର ଘୋର ଅଭାବ ହେତୁ ଜଙ୍ଗଲରୁ ବାହାରି ଖାଦ୍ୟ ପାଈଁ ପାରାଦ୍ବୀପ-କଟକ ରେଳ ଲାଇନ୍ ପାର ହେବାବେଳେ ଶହ ଶହ ହରିଣ  ଟ୍ରେନରେ କଟି ମରୁଛନ୍ତି । ବୁଲା କୁକୁର ଗୋଡାଇ ଗୋଡାଇ ମଧ୍ୟ ହରିଣକୁ ମାରି ଖାଉଛନ୍ତି। ସବୁ ଜାଣି ପ୍ରଶାସନ ଦୃଷ୍ଟି ଆଢୁଆଳରେ ରହିଲାଭଳି ଦିନକୁଦିନ ଜଙ୍ଗଲ ଅବକ୍ଷୟ ହେବାରେ ଲାଗୁଛି । ପିକିନିକ ମାସରେ ଏହି ଜଙ୍ଗଲରେ ବହୁ ଜିଲ୍ଲାର ଲୋକେ ପିକିନିକ କରିବାକୁ ଆସିଥାନ୍ତି । ହେଲେ ପ୍ରଶାସନ ପକ୍ଷରୁ କୌଣସି ସୁରକ୍ଷ୍ୟା ବେବସ୍ଥା ଦେଖିବାକୁ ମିଳେନି । ବହୁବାର ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଁ ଦାବିହେଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ ହେଉନି । ସ୍ଥାନୀୟ ଚାଷୀଙ୍କ ଚାଷ ଜମିର ସୁରକ୍ଷା ସାଙ୍ଗକୁ ହରିଣ ର ସୁରକ୍ଷା ଓ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।                

ଜଗତସିଂହପୁର ଜିଲ୍ଲାରୁ  ଜିଲ୍ଲା ପ୍ରତିନିଧି ପ୍ରଫୁଲ କୁମାର ସାହୁଙ୍କ ରିପେ।ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here