ବାଇକ ଚୋରୀ ୨ୟ ଦଳର ପର୍ଦାଫାସ , ଜଣେ ନାବାଳକ ସହ ୨ ଗିରଫ , ୩ ବାଇକ ଜବତ I

ସୁନ୍ଦରଗଡ: ସୁନ୍ଦରଗଡ ସ୍ଥିତ ସଦର ମହକୁମାରେ ଥିବା ଟାଉନ ଥାନାରେ ଅଭିଯୋଗ ଅନୁଯାଇ ମିଶନ ରୋଡର ବାସୀନ୍ଦା ଫାଇଲିନ ବାର୍ଲା ୨୫–୯ରେ ଅଭିଯୋଗ କରିଥିଲେ ଯେ ତାଙ୍କ ଘରୁ ଦିନ ୧.୩୦ ରୁ ୨ ଟା ଭିତରେ କେହି ଜଣେ ତାଙ୍କର ଟିଭିଏସ ଫିରୋ ଏଫ ୨ କଳା ରଙ୍ଗର ଓଆର ୧୬ ଏ ୮୭୨୫ ନଂ ବାଇକ ନେଇ ଯାଇଛି । ପୁନଶ୍ଚ ୨୬–୯ ରେ ଜ୍ୟୋତିନଗରର  ଅଜିତ ତିର୍କୀ ଅଭିଯୋଗ କଲେ ତାଙ୍କର ଓଡି ୧୬ ସି ୪୬୨୭ ପେସନ ପ୍ରୋ କାଷ୍ଟ ବାଇକ ରାତିରେ ତାଙ୍କ କକା ଘରୁ କେହି ନେଇଯାଇଛି । ଅନୁରୂପ ଭାବେ ତାରିଣୀ ନଗରର ବିଜୟ କୁମାର ପଟେଲ ଅଭିଯୋଗ କଲେ ଯେ ୨୬–୯ ରାତିରେ ତାଙ୍କ ଗୃହ ପରିସରରେ ଥିବା ହିରୋ ହୋଣ୍ଡା ଏସଏସ ଓଆର ୧୬ ଏ ୧୬୮୫ ନଂ ଗାଡିଟିକୁ ରାତିରେ କେହି ନେଇଯାଇଛି । ବାଇକ ଚୋରୀର ମାମଲାରେ ତିନୋଟି କେଶ ରୁଜୁ ହେବା ପରେ ଟାଉନ ଥାନାର ଏସ ଆଇ ଏସ କେ ସେଠୀ , ଆର ଏନ ଟୁଡୁ ଓ ଏଲ କେ ପ୍ରଧାନ ବିଭିନ୍ନ ଆଡେ ଖୋଜା ଖୋଜି କରି ୨ୟ ବାଇକ ଚୋର ଦଳର ଅଭିଯୁକ୍ତ ଆଶିଷ ମୁଣ୍ଡା ଓ ସାଥୀ ଜନୈକ ନାବାଳକକୁ ଗିରଫ କରିବା ସହ ଚୋରୀ ହୋଇଥିବା ତିନୋଟି ଯାକ ବାଇକ ଉଦ୍ଧାର କରିଥିଲେ । ଆଶିଶ ମୁଣ୍ଡା ନାମରେ ପୂର୍ବରୁ ଟାଉନ ଥାନାରେ ଅଳ୍ପ ମାମଲା ରୁଜୁ ହୋଇଥିବା ବେଳେ ନାବାଳକ ନାମରେ ଅନେକ ମାମଲା ରୁଜୁ ହୋଇଥିବା ଜଣା ପଡିଥିଲା  । ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ବାଇକ ତୋରୀରେ ଅନ୍ୟ କେହି ରାକେଟରେ ସାମିଲ ଥିବା ନେଇ ତଦନ୍ତ ଜାରି ରହିଛି ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here