ବାର ଆସୋସିଏସନ ଅଫ ଇଣ୍ଡିଆ ନିର୍ବାଚନରେ ଡଃ ଅନିନ୍ଦିତା ପୂଜାରୀ ପୁନଶ୍ଚ ସାଧାରଣ ସଂପାଦିକା ଓ ସଦାନନ୍ଦ ସାହୁ କାର୍ଯ୍ୟକାରୀ କମିଟିକୁ ନିର୍ବାଚିତ

ଚଳିତ ବର୍ଷ ବାର ଆସୋସିଏସନ ଅଫ ଇଣ୍ଡିଆର ନିର୍ବାଚନରେ ପ୍ରଶାନ୍ତ କୁମାର ସଭାପତି , ରାଉରକେଲାର ଝିଅ ଡଃ ଅନିନ୍ଦିତା ପୂଜାରୀ ଦ୍ବିତୀୟ ଥର ପାଇଁ ସାଧାରଣ ସଂପାଦିକା ପଦବୀରେ ଅପ୍ରତିଦ୍ବନ୍ଦି ଭାବେ ନିର୍ବାଚିତ ହୋଇଥିବା ବେଳେ ରାଉରକେଲା ଓକିଲ ସଂଘର ପ୍ରାକ୍ତନ ସାଧାରଣ ସଂପାଦକ ସଦାନନ୍ଦ ସାହୁ ନୂତନ ଭାବେ କାର୍ଯ୍ୟକାରୀ କମିଟିକୁ ନିର୍ବାଚିତ ହୋଇଛନ୍ତି । ସେହିଭଳି ଓଡିଶା ବାର କାଉନସିଲର ସଭ୍ୟ ବିଭୂ ପ୍ରସାଦ ତ୍ରିପାଠୀ ସହ ସଂପାଦକ ଭାବେ ନିର୍ବାତଚିତ ହୋଇଛନ୍ତି । ଏହି ନିର୍ବାଚନରେ ବିଭିନ୍ନ ଦେଶର ବହୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ସୁନାମ ଅର୍ଜନ କରିଥିବା ବରିଷ୍ଠ ଆଇନଜୀବୀ ମାନେ ଚଳିତ ବର୍ଷ ନିର୍ବାଚନରେ ଅଂଶଗ୍ରହଣ କରିଥିଲେ । ସ୍ବର୍ଗତା ଶୈଳବାଳା ପୂଜାରୀ ଓ ଗୋବର୍ଦ୍ଧନ ପୂଜାରୀଙ୍କ ଝିଅ ଡଃ ଅନିନ୍ଦିତା ପୂଜାରୀ ଏଭଳି ଏକ ସୁନାମ ଧନ୍ୟ ସଙ୍ଘରେ ଦୁଇ ଦୁଇ ଥର ସାଧାରଣ ସଂପାଦିକା ଭାବେ ନିର୍ବାଚିତ ହୋଇଥିବାରୁ ଓ ସଦାନନ୍ଦ ସାହୁ ରାଉରକେଲା ଓକିଲ ସଙ୍ଘ ସହ ଜଡିତ ଥିବାରୁ ଉଭୟ ନିର୍ବାଚିତ ପ୍ରାର୍ଥୀଙ୍କୁ ରାଉରକେଲା ଓକିଲ ସଂଘର ସାଧାରଣ ସଂପାଦକ ଅକ୍ଷୟ କୁମାର ସାହୁ , ବିରିଷ୍ଠ ଆଇନଜୀବୀ ମହମ୍ମଦ ରଫିକଙ୍କ ସମେତ ବହୁ ଆଇନଜୀବୀ ଆନ୍ତରିକ ଶୁଭେଛ୍ଛା ଜ୍ଞାପନ କରିଛନ୍ତି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here