ଦାଣ୍ଡିଆପାଲୀ ସ୍ଥିତ ଜେ.ପି.ହସ୍ପିଟାଲ ନାଁ ରେ ସଙ୍ଗିନ୍ ଅଭିଯୋଗ ଆଣିଲା ବିଜେପି

କୋଭିଡ ରୋଗୀ ଙ୍କ ଚିକିତ୍ସା ସରକାରୀ ନିୟମାବଳୀ ଅନୁସାରେ ରେ ହେଉନାହିଁ- ଧିରେନ ସେନାପତି

* ୩ ଦିନ ପାଇଁ ୨ଲକ୍ଷ ୮୦ ହଜାର ଟଙ୍କା ବିଲ୍ ଦେବା ପରେ  ବି  ୩୩ ବର୍ଷିୟ ସୁମନ୍ତ ଓଝା ମୃତ  :

ଆଜି ବିଜେପି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ବିଜେପି ରାଜ୍ୟ ମୁଖପାତ୍ର ଧିରେନ ସେନାପତି ବେସରକାରୀ ଜେ.ପି  ହସ୍ପିଟାଲ ନାଁରେ ଗୁରୁତର ଅଭିଯୋଗ ଆଣିବା ସହ କହିଛନ୍ତି ଯେ କୋଭିଡ ଚିକିତ୍ସା ପାଇଁ ରାଜ୍ୟ ସରକାର ଏକ ନିର୍ଦ୍ଦିଷ୍ଟ ନିୟମ କରିଥିବାରୁ ବେଳେ କିଭଳି ଓ କେଉଁ ପରିସ୍ଥିତିରେ ଏହା କୁ ଖୋଲମ ଖୋଲା ଉଲଂଘନ କରି ବେସରକାରୀ ହସ୍ପିଟାଲ ନିରିହ ଜନତା ଙ୍କୁ ଲୁଟ କରିଚାଲିଛନ୍ତି।  କୋଭିଡ ଆକ୍ରାନ୍ତ ଙ୍କ ଚିକିତ୍ସା ସରକାର ନିଜେ କରିବା ସହ ସମସ୍ତ ଖର୍ଚ୍ଚ ମଧ୍ୟ ବହନ କରିବେ ବୋଲି ଘୋଷଣା କରାଯାଇଛି।  ମାତ୍ର ସରକାର ଙ୍କ ଧାର୍ଯ୍ୟ ନିୟମ ରେ ନନ୍ ଆଇସିୟୁ ବେଡ଼ ଟ.୩୦୦୦/- ଓ ଆଇସିୟୁ ବେଡ଼ ଟ. ୫୦୦୦/-ଥିବା ବେଳେ କିଭଳି ଜେ ପି ହସ୍ପିଟାଲ ଦିନକର ବେଡ଼ ଚାର୍ଜ ଟ.୪୦,୦୦୦/- ସହ ଅନ୍ୟାନ୍ୟ ଆନୁଷଙ୍ଗିକ ଔଷଧ ଓ ଚିକିତ୍ସା ଖର୍ଚ୍ଚ ଯୋଡ଼ି ଟ.୬୦,୦୦୦/- ର ଦିନିକିଆ ପ୍ୟାକେଜ ସ୍ଥିର କରିଛି। ଶ୍ରୀ ସେନାପତି ଜିଲ୍ଲା ଖଣିଜ ପାଣ୍ଠି ରୁ କେତେ ଟଙ୍କା କୋଭିଡ ହସ୍ପିଟାଲ ବାବଦରେ ଦିଆଯାଇଛି ତାର ଏକ ଶ୍ବେତ ପତ୍ର ଜିଲ୍ଲାପାଳ ସର୍ବ ସମ୍ମୁଖରେ ଉପସ୍ଥାପନା ପାଇଁ ଜନସାଧାରଣ ଙ୍କ ତରଫରୁ ଆହ୍ବାନ କରିଛନ୍ତି। ମୃତ ସୁମନ୍ତ ଓଝା ପରିବାର ଭଳି ଅନେକ ନିରହଙ୍କ  ଠାରୁ  କରୋନା ଚିକିତ୍ସା ଆଳରେ ଜେ ପି ହସ୍ପିଟାଲ ଯେଉଁ ଅର୍ଥ ରୋଗୀ ଙ୍କ ସମ୍ପର୍କୀୟ ଠାରୁ ଲୁଟ କରିଛି ତାହା ତାଙ୍କ ସର୍ମ୍ପକୀୟ ଙ୍କୁ ତୁରନ୍ତ ଫେରସ୍ତ କରିବା ପାଇଁ  ଦାବି କରିଛନ୍ତି।ଜେ ପି ହସ୍ପିଟାଲ ବିଭିନ୍ନ ସ୍ଥାନରେ ଦଲାଲ ମାନଙ୍କ ଜରିଆରେ ରୋଗୀ ଙ୍କୁ  ହସ୍ପିଟାଲ ଆଣି ଚିକିତ୍ସା ନାଁ ରେ ଶୋଷଣ କରିଚାଲିଛି ଏ ଦିଗରେ ଏକ ବିଧିବଦ୍ଧ ତଦନ୍ତ  ରାଜ୍ୟ ସରକାରଙ୍କ ତରଫରୁ କରିବା ନେଇ ଶ୍ରୀ ସେନାପତି ଦାବି ଜଣାଇଛନ୍ତି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here