ସ୍ବଚ୍ଛ ପୁରୀ ପ୍ରୟାସ’ ଅନ୍ତର୍ଗତ ରେ ପୁରୀ ପୌରପାଳିକା ଦ୍ୱାରା “ଲୋଗୋ ଏବଂ ଟ୍ୟାଗ ଲାଇନ ” ପ୍ରତିଯୋଗିତା ର ଆୟୋଜନ I

ପୁରୀ: ‘ସ୍ୱଚ୍ଛ ପୁରୀ ପ୍ରୟାସ ‘ ମାଧ୍ୟମ ରେ ପୁରୀ କୁ ବିଶ୍ୱ ସ୍ତରୀୟ ଐତିହ୍ୟ ସହର ରୂପେ ଗଢିବା ପାଇଁ ଜନସାଧାରଣ ଙ୍କ ଯୋଗଦାନ ଏବଂ ଏ ସମ୍ବନ୍ଧ ରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ  ରେ ପୁରୀ ପୌରପାଳିକା ସୃଜନଶୀଳ ସହରବାସୀଙ୍କ ମଧ୍ୟରେ ଏକ ଲୋଗୋ ଏବଂ ଟ୍ୟାଗ ଲାଇନ ପ୍ରତିଯୋଗିତା ର ଆୟୋଜନ କରିଅଛି  I ଆଜି ସେପ୍ଟେମ୍ବର ୧୬ ତାରିଖ ରୁ ଏଥିରେ ଅଂଶ ଗ୍ରହଣ କରିବାକୁ ଇଚ୍ଛୁକ ପୁରୀବାସୀ ଙ୍କ ଠାରୁ ପ୍ରବେଶିକା ଆହ୍ୱାନ କରାଯାଉଛି ଏବଂ ପ୍ରବେଶିକା ଦାଖଲ ର ଶେଷ ତାରିଖ ସେପ୍ଟେମ୍ବର ୨୫ ରଖା ଯାଇଛି  I  ଏଥିରେ ଅଂଶ ଗ୍ରହଣ ପାଇଁ କୌଣସି ବୟସ ସୀମା କିମ୍ବା ପ୍ରବେଶ ଶୁଳ୍କ ରଖା ଯାଇନାହିଁ କିନ୍ତୁ ଜଣେ ବ୍ୟକ୍ତି କେବଳ ଗୋଟିଏ ପ୍ରବେଶିକା ଦାଖଲ କରି ପାରିବେ I  ଇଂରାଜୀ କିମ୍ବା ଓଡ଼ିଆ ଭାଷା ରେ ଟ୍ୟାଗ ଲାଇନ ଲେଖା ଯାଇ ପାରେ ଏବଂ ଉଭୟ ବିଭାଗ ରେ ବିଜେତା ଙ୍କୁ ଟ ୧୦,୦୦୦ ଙ୍କା ନଗଦ ପୁରସ୍କାର ଦିଆଯିବ I  ଏତଦବ୍ୟତୀତ ପ୍ରତ୍ୟକ ୱାର୍ଡ ର ୧୦ ଜଣ  ଶ୍ରେଷ୍ଠ ପ୍ରତିଯୋଗୀ ମାନଂକୁ  ଟ ୫୦୦ଙ୍କା ଲେଖାଏଁ ଦିଆଯିବ I  ଏହି ପ୍ରତିଯୋଗିତା ଅନଲାଇନ ହେବ ଏବଂ ପ୍ରତିଯୋଗୀ ମାନେ ନିଜ ସ୍ମାର୍ଟଫୋନ ରେ https: //bit .ly /3khHj8F ଲିଙ୍କ କୁ ଯାଇ ନିଜ ନାମ ପଂଜିକୃତ କରିବା ସହ ନିଜ ଲୋଗୋ କିମ୍ବା ଟ୍ୟାଗ ଲାଇନ ପ୍ରେରଣ କରି ପାରିବେ I  ଉକ୍ତ ୱେବ୍ସାଇଟ ରେ ପ୍ରତିଯୋଗିତା ସମ୍ବଧୀୟ ସମସ୍ତ ସୂଚନା ଓ ସର୍ତାବଳୀ ବିସ୍ତୃତ ଭାବରେ ଦିଆ ଯାଇଛି I  ଜନସାଧାରଣ ଙ୍କ ମଧ୍ୟରେ ଏହି ପ୍ରତିଯୋଗିତା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ସକାଶେ ପୁରୀ ପୌରପାଳିକା ତରଫ ରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି I ଏଥି ପାଇଁ ସୋସିଆଲ ମିଡ଼ିଆ ଏବଂ ଲୀଫଲେଟ ଓ ପ୍ରଚାର ପତ୍ର ଆଦି ର ଉପଯୋଗ କରା ଯାଉ ଅଛି I  ଆଜି ଏ ସମ୍ବନ୍ଧ ରେ  ସୂଚନା ଦେଇ ପୁରୀ ପୌରପାଳିକା ନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ଦାଶ ଏକ ଭିଡିଓ ବାର୍ତା ଜାରି କରି ବହୁସଂଖ୍ୟା ରେ ଏହି ଦୁଇ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବା ପାଇଁ ପୁରୀ ସହର ବାସୀଙ୍କୁ ଅପିଲ କରିଛନ୍ତି I ଏଠରେ ଉଲ୍ଲେଖ କରା ଯାଇ ପାରେ ଯେ କୋଭିଡ ୧୯ ମହାମାରୀ ପରିପ୍ରେକ୍ଷୀରେ ସହର ର ପରିଚ୍ଛନତା ଓ ସହରବାସୀ  ଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ ପୁରୀ ପୌରପାଳିକା ଦ୍ୱାରା ନିଆ ଯାଇଥିବା ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଲୋଗୋ ଏବଂ ଟ୍ୟାଗ ଲାଇନ ର ସୃଜନ ନିମନ୍ତେ ପ୍ରତିଯୋଗୀ ଙ୍କୁ ପ୍ରେରଣା ଯୋଗାଇ ପାରେ I ଏକ ସ୍ୱାଧୀନ ବିଚାରକ ମଣ୍ଡଳୀ ପ୍ରତିଯୋଗିତା ର ବିଚାର କରିବେ ଏବଂ ପ୍ରତିଯୋଗୀଙ୍କ କୃତୀ ରେ ଥିବା ସୃଜନଶୀଳତା, ସରଳତା , ଏବଂ ଜନସାଧରଣ ଙ୍କ ଅବଚେତନ ରେ ସକରାତ୍ମକ ପ୍ରଭାବ ପକାଇ ପାରୁଥିବା ବିନ୍ଦୁ ଗୁଡିକୁ ଚୟନ ବେଳେ ଗୁରୁତ୍ୱ ଦେବେ I

[09:09, 9/16/2020] Jaykrishna Das: ବି :ଦ୍ର   : ଲୋଗୋ ଚିତ୍ର ର ଅଙ୍କନ ପ୍ରତିଯୋଗୀ ଙ୍କ ହାତ ରେ  କିମ୍ବା କମ୍ପୁଟର ମାଧ୍ୟମ ରେ କରା ଯାଇପାରେ  I

https://twitter.com/Puri_Official/status/1306093345416990720?s=20

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here