ମାଈ ହାତୀର ଶୋଚନୀୟ ମୃତ୍ୟୁ : ସୁନ୍ଦରଗଡ

ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ ଶଗଡଭଙ୍ଗା ନିକଟସ୍ଥ ମେଣ୍ଢାମାରୁଣୀ ପ୍ରସ୍ତାବିତ ସଂରକ୍ଷଣ ଜଙ୍ଗଲ ଭିତରୁ ଆଜି ଏକ ମାଈ ହାତୀ ର ଶୋଚନୀୟ ମୃତ୍ୟୁ ଘଟିଛି । ସୁଚନାମୁତାବକ ଗତ କାଲି ରାତିରେ ୧୫ ଗୋଟି ହାତୀ ପୋଲ ଏହି ଶଗଡଭଙ୍ଗା ଗ୍ରାମ କୁ ପଶି ଆସିଥିଲେ ହେଲେ କୋଇଡା ବନ ବିଭାଗ ହାତୀ ମାନଙ୍କୁ ନିକଟସ୍ଥ ମେଣ୍ଢାମାରୁଣୀ ପ୍ରସ୍ତାବିତ ସଂରକ୍ଷଣ ଜଙ୍ଗଲ ମଧ୍ୟରେ ଘଉଡାଇଥିଲେ । ହେଲେ ସେ ମଧ୍ୟରୁ ଗୋଟିଏ ୨୫ ରୁ ୩୦ ବର୍ଷ ର ମାଈ ହାତୀର ମୃତ୍ୟୁ ଘଟିଥିଲା । ସକାଳୁ ବନ ବିଭାଗ ପୁଣି ତଦାରଖ ପାଇଁ ଗଲାବେଳକୁ ହାତୀ ଟି ମରି ପଡିଥିବା ଦେଖିବାକୁ ପାଇଥିଲେ । ପରେ ବଣାଇଁ ବନଖଣ୍ଡ ଅଧିକାରୀ ( ଡି ଏଫ୍ ଓ ) ସନତ୍ କୁମାର ଏନ୍. ସହିତ ଏସିଏଫ୍ ମହେନ୍ଦ୍ର ନାଥ , କୋଇଡା ବନାଞ୍ଚଳ ଭାର ପ୍ରାପ୍ତ ଅଧିକାରୀ ନବୀନ ପ୍ରଧାନ ପ୍ରମୁଖ ମିଶି ମୃତ୍ୟୁ ର କାରଣ ଖୋଜିବା  ପାଇଁ ତନାଘନା ଜାରି ରଖିଥିଲେ । ପରେ କୋଇଡା ପ୍ରାଣୀ ଚିକିତ୍ସାଳୟର ଦୁଇ ଜଣିଆ ଟିମ ଡ଼ଃ ନୀଳମାଧବ ସାହୁ ଏବଂ ପ୍ରାଣୀଧନ ନିରୀକ୍ଷକ ରାକେଶ କୁମାର ପ୍ରଧାନ ଘଟଣା ସ୍ଥଳକୁ ଯାଇ ଶବ ବ୍ୟବଛେଦ କରିନହାତୀର ଭିତର ସମ୍ପଲ ବଣାଇଁ ପଠାଇ ଥିଲେ । ଅନୁମାନ କରାଯାଉଛି ଯେ ବୟସ ଏବଂ ଭିତର ଘା କାରଣରୁ ହାତୀର ମୃତ୍ୟୁ ଘଟିଥାଇପାରେ । ହେଲେ ସମ୍ପଲ ର ସମ୍ପୁର୍ଣ୍ଣ ରିପୋର୍ଟ୍ ଆସିବା ପରେ ମୃତ୍ୟୁ ର କାରଣ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here