ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି, ଗ୍ୟାସ ସିଲିଣ୍ଡର ମୁଣ୍ଡେଇ ବିକ୍ଷୋଭ ପ୍ରଦର୍ଶନ କଲେ ମହିଳା,ଦରହ୍ରାସ ନିମନ୍ତେ ରାଷ୍ଟ୍ରପତିଙ୍କୁ ଦାବିପତ୍ର I

ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ପ୍ରତିବାଦ ସଭାରେ ରାଜନଗର ବିଧାୟକ ଧ୍ରୁବ ସାହୁ ଯୋଗଦେଇ କହିଲେ ଯେ,ଆଛେ ଦିନର ପ୍ରତିଶୃତି ଦେଇ ମୋଦିଙ୍କ ବିଜେପି ଦଳ କ୍ଷମତାକୁ ଆସିବା ପରେ ଜନସାଧାରଣଙ୍କୁ ପ୍ରତାରିତ କରି ବାରମ୍ବାର ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ ଓ ଅତ୍ୟାବଶ୍ୟଜ ସାମଗ୍ରୀର ଦର ବୃଦ୍ଧି କରି ଗରିବ ମଧ୍ୟବିତ୍ତ ଓ ମହିଳାଙ୍କ ହାଣ୍ଡିଶାଳ ଉପରେ ପ୍ରହାର କରିଥିବାରୁ ଓଡିଶାବାସୀ ଚୁପ ରହିବେ ନାହିଁ । ସାଢେ ୪ କୋଟି ଓଡ଼ିଆଙ୍କ ହୃଦୟର ସ୍ପନ୍ଦନ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନେତୃତ୍ୱରେ ଓଡିଶାବାସୀଙ୍କ ସ୍ୱାର୍ଥ ସୁରକ୍ଷାର ଜାଗ୍ରତପ୍ରହରୀ ବିଜୁ ଜନତାଦଳର ଛାମୁଆ ସଂଗଠନ ଯୁବବିଜେଡି, ମହିଳା ବିଜେଡି ଓ ଛାତ୍ରବିଜେଡି ସାରା ରାଜ୍ୟରେ କେନ୍ଦ୍ର ବିଜେପି ସରକାର ବିରୋଧରେ ଆନ୍ଦୋଳନକୁ ତୀବ୍ର କରିବା ସହିତ ଅବିଳମ୍ବେ ଦର ବୃଦ୍ଧି ପ୍ରତ୍ୟାହାର କରାନଗଲେ ଯୁବ ଛାତ୍ର ଓ ମହିଳାଙ୍କ ଆନ୍ଦୋଳନ ପଲ୍ଲୀରୁ ଦିଲ୍ଲୀକୁ ବ୍ୟାପିବ ବୋଲି ସତର୍କ କରାଇ ଦେଇଥିଲେ ।ଆଗାମୀ ପଂଚାୟତ ଓ ପୌର ନିର୍ବାଚନରେ ରାଜ୍ୟ ସ୍ୱାର୍ଥ ବିରୋଧୀ ବିଜେପି ଓ କଂଗ୍ରେସକୁ ଠିକଣା ଜବାବ ଦେବାକୁ ଶ୍ରୀ ସାହୁ ଆହ୍ୱାନ ଦେଇଥିଲେ ।ଏହି ଆନ୍ଦୋଳନରେ ବ୍ଲକ ବିଜେଡି ସଭାପତି କିଶୋର ସାହୁ , ବ୍ଲକ ବିଜେଡି ଉପସଭାପତି ସୁବାସ ଦାଶ , ନଗର ମହିଳାବିଜେଡି ସଭାନେତ୍ରୀ ପୂର୍ବତନ ପୌରାଧକ୍ଷା ବୈଜୟନ୍ତୀମାଳା ଲେଙ୍କା,ବ୍ଲକ ଯୁବବିଜେଡି ସଭାପତି ରଞ୍ଜନ ବିଶ୍ୱାଳ, ନଗରଯୁବ ବିଜେଡି ସଭାପତି ମନୋଜ ନାୟକ, ଜିଲ୍ଲା ଯୁବବିଜେଡି ଉପସଭାପତି ସୁରେଶ ସାହୁ, ବ୍ଲକ ମହିଳାବିଜେଡି ସଭାନେତ୍ରୀ ଜୟନ୍ତୀ ସ୍ୱାଇଁ,ବ୍ଲକ ଛାତ୍ର ବିଜେଡି ସଭାପତି ପ୍ରିୟବ୍ରତ ପରିଡା ନଗର ଛାତ୍ରବିଜେଡି ସଭାପତି ଦେବାଶିଷ ନାୟକ,ବ୍ଲକ ବିଜେଡି ଉପସଭାପତି ଅରକ୍ଷିତ ସାହୁ, ସର୍ବେଶ୍ୱର ମହାନ୍ତି,ସାଧାରଣସମ୍ପାଦକ କଳାକାର ପ୍ରଧାନ,ପୂର୍ବତନ ନଗର ବିଜେଡି ସଭାପତି ଲଳିତ ଧଳ,ବରିଷ୍ଠ ଯୁବନେତା ବୁଢା ଲେଙ୍କା, ଜିଲ୍ଲାପରିଷଦ ସଦସ୍ୟ ପ୍ରଫୁଲ୍ଲ ପ୍ରଧାନ ଓ ସାରଥୀ ଦାସ,ଯୁବନେତା ସ୍ବପ୍ନରଞ୍ଜନ ବେହେରା, ଦିଲ୍ଲୀପ ଜେନା,ରାମ ଚନ୍ଦ୍ର ରାଉତ, କୈଳାଶ ସିଂହ,ଦେବେନ୍ଦ୍ର ଦାସ, ବାସୁଦେବ ପ୍ରଧାନ,ପୂର୍ଣ୍ଣ ଚନ୍ଦ୍ର ସିଂହ , ନଟବର ସେଠୀ,ସୁବାସ ଖଟୁଆ, ଧନୁର୍ଯ୍ୟୟ ସ୍ୱାଇଁ,ଅଜାମ୍ବର ପ୍ରଧାନ,ସୁମନ୍ତ ଦାସ , ପୂର୍ବତନ କାଉନସିଲର ମଳୟ ମଳିକ, ପଦାରବିନ୍ଦ ସାହୁ, ରଂଜିତ ମଳିକ, ରଂଜିତ ସାହୁ, ସୌରେନ୍ଦ୍ର ବେହେରା, ବାପି ସାମଲ, ଶିଶିର ମଳିକ ପ୍ରମୁଖ କେନ୍ଦ୍ର ସରକାରଙ୍କ ଉପରେ ଗର୍ଜିବା ସହିତ ଉଜ୍ଜ୍ୱଳା ଯୋଜନାରେ ପ୍ରଦାନ କରାଯାଇଥିବା ରନ୍ଧନ ଗ୍ୟାସର ଦର ଗତ ସାଢ଼େ ୩ ବର୍ଷରେ ୭୦ ପ୍ରତିଶତ ବୃଦ୍ଧି ଯୋଗୁ ଗରିବ ପରିବାର ଉପରେ ଏହା ବୋଝ ଉପରେ ନଳିତା ବିଡା ସଦୃଶ ବୋଲି ନିଜର କହିଥିଲେ । ଏହି ପ୍ରତିବାଦ ଓ ବିକ୍ଷୋଭ କାର୍ଯ୍ୟକ୍ରମରେ ଶତାଧିକ ଦଳୀୟ କର୍ମୀ ଯୋଗଦେଇଥିଲେ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here