ଗ୍ରାମକୁ ରାସ୍ତା ବିଜୁଳି, ପିଇବାକୁ ପାଣି ଓ ବାସଗୃହ ଯୋଗାଇ ଦେବାକୁ ଦାବି।

ସୁନ୍ଦରଗଡ: ଗରିବ ଅସହାୟ ଲୋକଙ୍କ ପାଇଁ ଅଗଣିତ ସରକାରୀ ଯୋଜନା ରହିଥିବାବେଳେ ଅଭାବୀ ଲୋକଙ୍କ ପାଇଁ ନୂଆ ନୂଆ ଯୋଜନା ଆଣୁଛନ୍ତି ରାଜ୍ୟ ସରକାର। ତେବେ ସରକାରୀ ଯୋଜନା ସବୁ ପ୍ରକୃତ ହିତାଧିକାରୀ’ଙ୍କ ନିକଟରେ ପହଞ୍ଚୁଛି କି ନାହିଁ ତାହା ତଦାରଖ କରିବାକୁ କେହି ନାହିଁ।

ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀଙ୍କ ପାତର ଅନ୍ତର ମୋନଭାବ ଯୋଗୁଁ ଗରିବ ଅସହାୟ ଲୋକେ ସରକାରୀ ଯୋଜନାରୁ ବଞ୍ଚିତ ହୋଇ ସଂଘର୍ଷପୂର୍ଣ ଜୀବନ ଅତିବାହିତ କରୁଥିବା ଦେଖିବାକୁ ମିଳୁଛି। ତେବେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ଅନ୍ତର୍ଗତ ମାଲଡା ଗ୍ରାମପଞ୍ଚାୟତ ଦଳିତା ଗ୍ରାମର 25 ରୁ 30 ଆଦିବାସୀ ପରିବାର ଆଜି ବି ଗ୍ରାମ କୁ ରାସ୍ତା ବିଜୁଳି ଓ ପିଇବାକୁ ପାଣି ଟୋପେ ବି ନାହିଁ ନାଳ ରୁ ବୋହି ଯାଉଥିବା ପାଣି ଯୋଉଠି କି ଗାଈ ଗୋରୁ ଓ ଘୁସୁରୀ ପିଉଛି ସେହି ପାଣି କୁ ଦଳିତାଗ୍ରାମ ର ଆଦିବାସୀ ମାନେ ପିଉଛନ୍ତି ଓଦୂଷିତ ପାଣି ପିଇ ନା ନା ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି  ଗ୍ରାମର ଲୋକେ କହିବା ଅନୁସାରେ ପଞ୍ଚାଇୟତ ରେ ଲିଖିତ ମାଧ୍ୟ୍ୟମରେ ଜଣାଇ ଥିଲେ ମଧ୍ୟ ସରକାରୀ ବାବୁ ମାନେ କେହି ଶୁଣୁନାହାନ୍ତି ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି।

 ତେବେ ସରକାରଙ୍କ ମାଳମାଳ ଯୋଜନା ସତ୍ବେ ସରକାରୀ ଯୋଜନାରୁ ବଞ୍ଚିତ  ହୋଇ ଦୂର୍ଦ୍ଧିନରେ କାଳାତିପାତ କରୁଥିବା ଏହି ଗ୍ରାମର ଆଦିବାସୀଙ୍କୁ ସରକାରୀ ଯୋଜନାରେ ଅନ୍ତର୍ଭୂକ୍ତ କରାଯାଇ ତୁରନ୍ତ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

ସୁନ୍ଦରଗଡ ଜିଲ୍ଲା ପ୍ରତିନିଧି ସନ୍ତୋଷ କୁମାର ପାତ୍ର ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here