ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜେଲ ଗଲା ରସିକିଆ ବୁଟୁ।

ସଭ୍ୟ ସମାଜରେ ଅସଭ୍ୟ କାର୍ଯ୍ୟକଳାପ, ଏଭଳି ଏକ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇ ଅଞ୍ଚଳରେ। ଜଣେ ଦୁଃଖି ମହିଳାଙ୍କୁ ଏକାକି ଛେଳି ଚରାଇବାର ସୁଯୋଗ ନେଇ କରାଯାଇଛି ଘୃଣ୍ୟ କାର୍ଯ୍ୟ। ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜେଲ ଗଲେ ଅଭିଯୁକ୍ତ। ଏଭଳି ଏକ ଅପ୍ରୀତିକର ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଳା ପଟ୍ଟାମୁଣ୍ଡାଇ ପୌରପରିଷଦ ଅନ୍ତର୍ଗତ 17ନଂମ୍ବର ୱାର୍ଡର ମାଟିଆ ଗ୍ରାମରେ। ସୂଚନା ମୁତାବକ ଗତ 14 ତାରିଖରେ ଦଳିତ ସାହିର ଜନୈକା ମହିଳା ଛେଳି ଚରାଇବାକୁ ବିଲକୁ ଯାଇଥିଲେ ! ସେହି ଗ୍ରାମର କାମଦେବ ମଳିକଙ୍କ ପୁଅ ବୁଟୁ ମଳିକ ବୟସ 25 ମହିଳା ଜଣଙ୍କୁ ଏକାକି ଥିବା ଦେଖି ମହିଳାଙ୍କ ଇଛା ବିରୋଦ୍ଧରେ ଜୋର ଜବରଦସ୍ତ ଟଣାଭିଡା କରିବା ସହିତ ବଳାତ୍କାର କରିଥିବା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି ! ସେହି ଅଭିଯୋଗକୁ ଭିତ୍ତି କରି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିକାରୀ ତପନ କୁମାର ରାଉତ, ଅଭିଯୁକ୍ତ ବୁଟୁ ମଳିକକୁ ଗିରଫ କରିବା ସହିତ ଡାକ୍ତରୀ ମଇନା କରାଇ ଅଭିଯୁକ୍ତ ବୁଟୁଙ୍କ ବିରୋଧରେ ଥାନା କେସ ନଂମ୍ବର 658/21 ରେ ଏକ ମାମଲ ରୁଜୁକରି  ଦଫା 376,506 ଭାରତୀୟ ଦଣ୍ଡବିଧାନ ଆଇନରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ସୁଚନା ମିଳିଛି!ଅନ୍ୟପଟେ ଏଭଳି ଦୁଷ୍କର୍ମକାରୀଙ୍କ ବିରୋଧରେ କଠୋରରୁ କଠୋର ଦଣ୍ଡ ଦେବାପାଇଁ ନିବେଦନ କରିଛନ୍ତି ପୀଡ଼ିତା !

Report: ରାଜେନ୍ଦ୍ର ଦାଶ 

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here