ଓଡିଶା ସମବାୟ କର୍ମଚାରୀ ମହାସଂଘର ଅନିର୍ଦ୍ଧିଷ୍ଟ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ପଟ୍ଟାମୁଣ୍ଡାଇ ଶାଖାର ସମର୍ଥନ l ପଟ୍ଟାମୁଣ୍ଡାଇ

ପଟ୍ଟାମୁଣ୍ଡାଇ : ରାଜ୍ୟ ସରକାର ସମବାୟ ସମିତିର କର୍ମଚାରୀଙ୍କ ସହଯୋଗରେ କାଳିଆ, ବଳିଆ ଯୋଜନା ଭଳି ବିଭିନ୍ନ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ସହ ସ୍ୱଚ୍ଛ ପ୍ରଶାସକ ଭାବେ ବାହାବାହା ନେଉଛନ୍ତି  l କିନ୍ତୁ ଯୋଜନାକୁ ସଫଳ ରୂପାୟନ କରୁଥିବା କର୍ମଚାରୀମାନଙ୍କୁ ସରକାର କଣଠେସା ଦେଉଛନ୍ତି ବୋଲି କହିଛନ୍ତି ଆନ୍ଦୋଳନକାରୀ। ଯାହାକୁ ବିରୋଧ କରି ଓଡିଶା ସମବାୟ ସମିତି ମହାସଂଘ କଳାବ୍ୟାଚ ପରିଧାନ କରି ଅନିର୍ଦ୍ଧିଷ୍ଟ  ସମୟ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି ପରିପ୍ରେକ୍ଷୀରେ ପଟ୍ଟାମୁଣ୍ଡାଇ ଠାରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀମାନେ ଏକତ୍ରିତ ହୋଇ କାର୍ଯ୍ୟବନ୍ଦ କରିବା ସହ ୫ଦଫା ଦାବୀନେଇ ଆନ୍ଦୋଳନରେ ବସିଛନ୍ତି। ରାଜ୍ୟ ସରକାର ଯେପର୍ଯ୍ୟନ୍ତ ଆମଦାବି ପୂରଣ ନକରନ୍ତି ଏ ଆନ୍ଦୋଳନ ଅନିର୍ଦ୍ଧିଷ୍ଟ ପଯ୍ୟନ୍ତ ଚାଲିବ ଓ ସରକାରୀ କାର୍ଯ୍ୟରେ ଅସହଯୋଗ କରିବ ବୋଲି କହି ଧାରଣାରେ ବସିଥିବା ଦେଖିବାକୁ ମିଳିଛି l

ସଂଘର ମୁଖତଃ ୫ଦଫା ଦାବି ମଧ୍ୟରେ ରାଜ୍ୟରେ କାର୍ଯ୍ୟରତ 2708 କର୍ମଚାରୀଙ୍କୁ ସ୍ଥାୟୀ କର୍ମଚାରୀ ଭାବେ ମାନ୍ୟତା ଦେବା ସହ ୭ମ ବେତନ କମିଶନଙ୍କ ସୁପାରିଶ ଅନୁଯାୟୀ ଦରମା ଓ ମହଙ୍ଗା ଭତ୍ତା ପ୍ରଦାନ କରିବା,କରୋନା ମହାମାରୀରେ କର୍ତ୍ତବ୍ୟରତ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ 50ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପରିବାରକୁ ପ୍ରଦାନ ସହିତ, କର୍ମଚାରୀଙ୍କ ଲାଗି ଦଶ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଯୋଗେଇଦେବା ଭଳି ପ୍ରମୁଖ ଦାବି କରିଛନ୍ତି।

Report By : ରାଜେନ୍ଦ୍ର ଦାଶ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here