ବିପଦ ସଙ୍କୁଳ ଅବସ୍ଥାରେ ତନୁପୁର ବିଦ୍ୟାଳୟ। ଛାତ୍ରଛାତ୍ରୀମାନେ ଭୟଭିତରେ ବିଦ୍ୟାଳୟ କୁ ଯାଉଛନ୍ତି।

ପଟ୍ଟାମୁଣ୍ଡାଇ ପୈାରପରିଷଦ ତିନି ନଂମ୍ବର ୱାର୍ଡ଼ ତନୁପୁର ଗ୍ରାମର ବାବା ଧ୍ୱଜାମଣି ସରକାରୀ ଉପ୍ରା ବିଦ୍ୟାଳୟଟି ସମ୍ପୁର୍ଣ୍ଣ ଭାଙ୍ଗିରୁଜି ଜରାଜିର୍ଣ୍ଣ ଅବସ୍ଥାରେ ଥିବାବେଳେ ପ୍ରଶାସନ ପକ୍ଷରୁ ସେହି ବିଦ୍ୟାଳୟଟିକୁ ଅନସେଫ୍ ଘୋଷଣା କରାଯାଇଥିଲା। କରୋନା ପାଇଁ ବିଦ୍ୟାଳୟ ସମ୍ପୁର୍ଣ୍ଣ ବନ୍ଦ୍ ରହିଥିବାବେଳେ ଏବେ ବିଦ୍ୟାଳୟ ଖୋଲିଯାଇଛି। ସେହି ବିପଦ ସଙ୍କୁଳ ବିଦ୍ୟାଳୟ ଦେଇ ଆଗାମୀ ଭବିଷ୍ୟତ ଓ କୋମଳମତି ଛାତ୍ରଛାତ୍ରୀମାନେ ପାଠପଢିବା ପାଇଁ ଜଉଛନ୍ତି। ଆଜି ତା 16.11.2021ରିଖ ଦିନ ତନୁପୁର ଗ୍ରାମର ଛାତ୍ରଛାତ୍ରୀ ମାନଙ୍କ ଅବିବାହକ ମାନେ ଏକତ୍ରିତ ହୋଇ ପଟ୍ଟାମୁଣ୍ଡାଇ ମଣ୍ଡଳ ଶିକ୍ଷାଧିକାରୀ କାର୍ଯ୍ୟାଳୟକୁ ଯାଇ ବ୍ଲକ ଶିକ୍ଷା ଅଧିକାରୀ ଦାୟିତ୍ୱରେ ଥିବା ଚନ୍ଦ୍ର ଶେଖର ତ୍ରିପାଠୀଙ୍କୁ ଭେଟି ବିପଦ ସଙ୍କୁଳ ଅବସ୍ଥାରେ ଥିବା ତନୁପୁର ବାଵା ଧ୍ୱଜାମଣି ସରକାରୀ ଉପ୍ରା ବିଦ୍ୟାଳୟ ବିଷୟରେ ଲିଖିତ ଅଭିଯୋଗ ପତ୍ର ଦେଇଥିଲେ।

ଓଡିଶା ସରକାର ଶିକ୍ଷା ବ୍ୟବସ୍ଥାକୁ ଗୁରୁତ୍ଵ ଦେଇ ବହୁତ ଚକାଚକ୍ ବିଦ୍ୟାଳୟ କରୁଥିବା ବେଳେ କଣପାଇଁ ଏହି ବିଦ୍ୟାଳୟ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ତାହା ବୁଝାପଡୁନି।

ଦେଖିବାକୁଗଲେ ଏହି ତିନି ନଂମ୍ବର ୱାର୍ଡ଼ ଅଧିନରେ ପୂର୍ବତନ ବିଧାୟକ କିଶୋର ତରାଇ ଓ ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁ ଙ୍କ ନିଜ ଏରିଆ ହୋଇଥିବାବେଳେ କାହିଁକି ଏ ବିଦ୍ୟାଳୟ ଚକାଚକ୍ ବିଦ୍ୟାଳୟ ହୋଇପାରୁନି ତାହା ବୁଝାପଡୁନି।

ଏବେ ଦେଖିବାକୁ ବାକି ରହିଲା ନ୍ୟୁଜ୍ ପ୍ରସାରଣ ପରେ ସ୍ଥାନୀୟ ରାଜନେତା ଓ ବ୍ଲକ ଶିକ୍ଷା ଅଧିକାରୀ କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି।

Report: ରାଜେନ୍ଦ୍ର ଦାଶ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here